ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍ ପରେ ଏବେ ରିଜର୍ଭ ବ୍ୟାଙ୍କ ଆଉ ଏକ କମ୍ପାନି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। RBI ସୋମବାର IIFL ଫାଇନାନ୍ସ ଉପରେ ସୁନା ଋଣ ଦେବାକୁ ରୋକ୍ ଲଗାଇଛି। ରିଜର୍ଭ ବ୍ୟାଙ୍କ୍ ଏହି ଆଦେଶ ତତ୍କାଳ ପ୍ରଭାବରେ ଲାଗୁ କରିଛନ୍ତି।
ଏହି ପ୍ରତିବନ୍ଧକ ଅନୁଯାୟୀ, କମ୍ପାନି ବର୍ତ୍ତମାନ କୌଣସି ପ୍ରକାର ଗୋଲ୍ଡ ଲୋନ ଦେଇପାରିବ ନାହିଁ। ଅବଶ୍ୟ ପୂର୍ବରୁ ଜାରି ଗୋଲ୍ଡ ଲୋନ୍ ଜାରି ରହିବ। ଆରବିଆଇ ଅନୁଯାୟୀ ସୁପରଭାଇଜରୀ ଚିନ୍ତାକୁ କାରଣରୁ ସୁନା ଋଣ ଦେବା ଉପରେ ରୋକ୍ ଲଗାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ୍ର କହିବା ଅନୁଯାୟୀ ଆଇଆଇଏଫଏଲ ଫାଇନାନ୍ସର ଲୋନ୍-ଟୁ ଭ୍ୟାଲ୍ୟୁ ଅନୁପାତରେ ଅନିୟମିତତା ଦେଖିବାକୁ ମିଳିଛି। ତେବେ କମ୍ପାନି ପରିଚାଳନାର ସ୍ବତନ୍ତ୍ର ଅଡିଟ୍ ହେବ ଆଉ ଏହା ପରେ ପ୍ରତିବନ୍ଧକ ଉପରେ ପୁନର୍ବିଚାର ହେବା ନେଇ କହିଛି ଆରବିଆଇ।
ଆହୁରି ପଢ଼ନ୍ତୁ: ଟାଟା ମୋଟର୍ସ ନିଜ ବ୍ୟବସାୟକୁ କରିବ ଦୁଇ ଭାଗ, ସେୟାର ବଜାରରେ ଲିଷ୍ଟ ହେବେ ଉଭୟ କମ୍ପାନି