ଇଭି ସେକ୍ଟରରେ ଅମ୍ବାନୀଙ୍କ ଏଣ୍ଟ୍ରି: ଇଲେକ୍ଟ୍ରିକ କାର୍ ତିଆରି କରିବ ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରା

Published By : Prameya-News7 Bureau | September 06, 2024 IST

internet

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ଭେଇକଲ ମାର୍କେଟ୍‌ରେ ଏଣ୍ଟ୍ରି କରିବେ ଅନୀଲ ଅମ୍ବାନୀ। ତାଙ୍କ କମ୍ପାନୀ ରିଲାଏନ୍ସ ଇନ୍‌ପ୍ରାଷ୍ଟ୍ରକ୍‌ଚର ଟାଟା ମହିନ୍ଦ୍ରାଙ୍କୁ ଟକ୍କର ଦେବାକୁ ଇଲେକ୍ଟ୍ରିକ ଭେଇକଲ ପ୍ରଡକ୍ସନ ଆରମ୍ଭ କରିବାକୁ ଯୋଜନା କରୁଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସରୁ ତଥ୍ୟ ନେଇ ଏହି ଖବର ପ୍ରକାଶ କରିଛି ବିଜ୍‌ନେଶ ଷ୍ଟାଣ୍ଡାର୍ଡ। ତେବେ କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟ ରୋଡ୍‌ ମ୍ୟାପ୍ କେମିତି ତିଆରି କରାଯିବ ସେ ନେଇ ପାରମର୍ଶ ଦେବାକୁ ରିଲାଏନ୍ସ ଇନ୍‌ଫ୍ରା ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି। ପରାମର୍ଶ ଚୀନ ଇଭି କମ୍ପାନୀ ବିୱାଇଡିର ପୂର୍ବତନ ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚର।

ଅନୀଲଙ୍କ କମ୍ପାନୀ ଇଭି ପ୍ଲାଣ୍ଟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨,୫୦ ହଜାର ଭେଇକଲ ପ୍ରଡକ୍ସନ ଆରମ୍ଭ କରିବାକୁ ଯୋଜନା କରୁଛି। ସଫଳ ହେଲେ କିଛି ବର୍ଷ ମଧ୍ୟରେ ଏହାକୁ ୭ ଲକ୍ଷ ୫୦ ହଜାରକୁ ବୃଦ୍ଧି କରାଯିବାକୁ ପ୍ଲାନ ରହିଛି। ତେବେ ଆର୍ଥିକ ଦୃଷ୍ଟିରୁ ଏହା ସମ୍ଭବ କି ନା ଏହାର ହିସାନିକାଶ କରିବାକୁ(କଷ୍ଟ ଫିଜିବିଲିଟ୍‌) ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ବିଦେଶୀ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛି। କେବଳ ସେତିକି ନୁହେଁ, ୧୦ ଗିଗାୱାଟ ଘଣ୍ଟା(GWh)ରୁ ଆରମ୍ଭ କରି ୭୫ GWh ପର୍ଯ୍ୟନ୍ତ ବ୍ୟାଟେରି ପ୍ଲାଣ୍ଟ ପାଇଁ ସମ୍ଭାବ୍ୟ ଦିଗ ଉପରେ ବି ବିଚାର କରାଯାଉଛି।

ତେବେ ଏନେଇ ରିଲାଏନ୍ସ ଇନ୍‌ପ୍ରାଷ୍ଟ୍ରକ୍‌ଚରକୁ ପ୍ରଶ୍ନ କରିବାରୁ କମ୍ପାନୀ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନଥିବା ବେଳେ କମ୍ପାନୀ ନିଯୁକ୍ତି ଦେଇଥିବା ବିୱାଇଡିର ପୂର୍ବତନ ଏକ୍ସିକ୍ୟଟିଭ ସଞ୍ଜୟ ଗୋପାଳକୃଷ୍ଣ ମଧ୍ୟ କିଛି କହିବାକୁ ମନା କରିଦେଇଛନ୍ତି। ସୂଚନା ଥାଉକି, ଗୋପାଳକୃଷ୍ଣ ଚୀନ କମ୍ପାନୀ ବିୱାଇଡିରେ ଦୁଇ ବର୍ଷରୁ ଅଧିକ ସମୟ ଚାକିରି କରିଥିଲେ। ଏହି ସମଯରେ ସେ ଭାରତରେ ବିୱାଇଡି ପାସେଞ୍ଜର ଇଭିର ବ୍ୟବସାୟ ପ୍ରତିଷ୍ଠା କରିବା, ତିନୋଟି ଇଭି ଲଞ୍ଚ କରିବା ଏବଂ ଡିଲରସିପ୍ ନେଟୱାର୍କ ପ୍ରତିଷ୍ଠା କରିଥିଲେ। ଚଳିତ ବର୍ଷ ସେ ବିୱାଇଡିରୁ ଅବସର ନେଇଛନ୍ତି। ତେବେ ଖବର ପ୍ରକାଶ ପାଇବା ପୂର୍ବରୁ ରିଲାଏନ୍ସ ଇନ୍‌ପ୍ରାଷ୍ଟ୍ରକ୍‌ଚର ଶେୟାର ୦.୨ପ୍ରତିଶତ ଡାଉନ ଥିଲା। ହେଲେ ରିପୋର୍ଟ ପ୍ରକାଶ ପାଇବା ପରେ ୨ ପ୍ରତିଶତ ବଢ଼ି ଯାଇଥିଲା। 

ଅନୀଲ ଅମ୍ବାନୀଙ୍କ ବଡ଼ ଭାଇ ମୁକେଶ ଅମ୍ବାନୀ ପୂର୍ବରୁ ସ୍ଥାନୀୟ ସ୍ତରରେ ବ୍ୟାଟେରୀ ନିର୍ମାଣ କାମ ଜାରି ରଖିଛନ୍ତି। ଚଳିତ ସପ୍ତାହରେ ତାଙ୍କ କମ୍ପାନୀକୁ ୧୦ ଗିଗାୱାଟ ଘଣ୍ଟା ବ୍ୟାଟେରୀ ନିର୍ମାଣ କରିବାକୁତ ନିଲାମ ଜିତିଛି। ଏଥିରେ ତାଙ୍କୁ ସରକାରୀ ପ୍ରୋତ୍ସାହନ ବି ମିଳିବ। ଗତ ବର୍ଷ ଭାରତରେ ବିକ୍ରି ହୋଇଥିବା ୪.୨ ମିଲିଅନ କାରର ମଧ୍ୟରୁ ମାତ୍ର ୨% ରୁ କମ୍ ଇଲେକ୍ଟ୍ରିକ୍ ମଡେଲ୍ ଥିଲା।  କିନ୍ତୁ ସରକାର ଏହାକୁ ୨୦୩୦ ସୁଦ୍ଧା ୩୦% କୁ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଥିପାଇଁ ଇଭି ଓ ବ୍ୟାଟେରୀ ସମେତ ଏହାର ସାମଗ୍ରୀ ତିଆରି କରିବାକୁ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ରାଶି ଦେବାକୁ ସରକାର ୫ ବିଲିଅନ ଡଲାର ବଜେଟ ମଧ୍ୟ ପ୍ରଦାନ କରିଛନ୍ତି।

ଭାରତରେ ଟାଟା ମହିନ୍ଦ୍ରା ଭଳି କିଛି କମ୍ପାନୀ ଇଭି ତିଆରି କରୁଥିବା ବେଳେ ବ୍ୟାଟେରି ଉତ୍ପାଦନ ସେତେମାତ୍ରାରେ ହୋଇପାରି ନାହିଁ। ଏକ୍ସାଇଡ ଓ ଆମର ରାଜା ଭଳି କିଛି ସ୍ଥାନୀୟ ନିର୍ମାତା ଲିଥିୟମ ଆଇଯ ବ୍ୟାଟେରୀ ସେଲ୍ ନିର୍ମାଣ କରିବାକୁ ଆବଶ୍ୟକୀୟ ଟେକ୍ନୋଲୋଜୀ ପାଇଁ ଚୀନ କମ୍ପାନୀଙ୍କ ଚୁକ୍ତି କରି ବ୍ୟାଟେରି ପ୍ରଡକ୍ସନ କରୁଛନ୍ତି। ତାହା ପୁଣି ସମୁଦ୍ରକୁ ସଂକ୍ଷେ। 

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକଚର ମଧ୍ୟ ଯୋଜନାକୁ ଫଳପ୍ରଦ କରିବାକୁ ଚୀନ କମ୍ପାନୀଙ୍କ ସହଯୋଗ ଲୋଡ଼ୁଥିବା ଶୁଣିବାକୁ ମିଳିଛି। ଯଦି କୌଣସି କମ୍ପାନୀ ଏଥିରେ ହାତ ମିଳାନ୍ତି ତେବେ ଆସନ୍ତା କିଛି ମାସ ମଧ୍ୟରେ କମ୍ପାନୀ ଇଭେ ନିର୍ମାଣ ଆରମ୍ଭ କରିପାରେ। 

ଭାରତର ଟାଟା ମୋଟର୍ସ ୭୦%  ମାର୍କେଟ ସେୟାର ସହ ଦେଶରେ ସର୍ବବୃହତ ଇଭି ନିର୍ମାତା ହୋଇଛି। SAIC ର MG ମୋଟର ଏବଂ BYD ପରି କମ୍ପାନୀ ଟାଟା ସହ ପ୍ରତିଦ୍ୱନ୍ଦ୍ୱୀତି କରିବାକୁ ମାର୍କେଟ୍‌ ରେସ୍‌ରେ ରହିଛନ୍ତି। ସବୁକ୍ଷେତ୍ରରେ ଅଗ୍ରଣୀ ଅଟୋ ମାର୍କେଟ କମ୍ପାନୀ ମାରୁତି ସୁଜୁକି ଏବଂ ହୁଣ୍ଡାଇ ମୋଟର ୨୦୨୫ ସୁଦ୍ଧା ଦେଶରେ  ଇଭି ଲଞ୍ଚ କରିବାକୁ ଯୋଜନା କରୁଛନ୍ତି।

ତେବେ ରୟଟର୍ସ ସରକାରୀ ତଥ୍ୟ ଯାଞ୍ଚ କରିବା ପରେ ଜାଣିବାକୁ ପାଇଛି ଯେ ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଜୁନ ମାସରେ ଅଟୋ ସମ୍ପର୍କିତ ଦୁଇଟି ପୂର୍ଣ୍ଣ ମାଲିକାନା ଥିବା କମ୍ପାନୀ ଗଠନ କରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ରିଲାଏନ୍ସ ଇଭି ପ୍ରାଇଭେଟ ମିଲିଟେ ଡ୍। ଏହି କମ୍ପାନୀର ମୂଳ ଉଦ୍ଦେଶ୍ୟ ହେଉଛି ଯେକୌଣସି ପ୍ରକାରର ଇନ୍ଧନ ବ୍ୟବହାର କରି ପରିବହନ ଏବଂ ପରିବହନ ପାଇଁ ପ୍ରତ୍ୟେକ ପ୍ରକାରର ଯାନ ଏବଂ ଉପାଦାନ କରିବା ଓ ଡିଲ୍ କରିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.