ନୂଆଦିଲ୍ଲୀ: ହାଣ୍ଡିଶାଳରେ ମହଙ୍ଗା ମାଡ଼ । ଆକାଶଛୁଆଁ ପନିପରିବା ଦର ଗ୍ରାହକଙ୍କ କନ୍ଦାଇଲାଣି । ଯାହାକୁ ଛୁଇଁବେ ପଚାଶ ଟଙ୍କା ପାର୍ । ଟମାଟୋ ମୂଲ୍ୟ ୨ଶହ ପାର୍ କରିଛି । ଦର ବୃଦ୍ଧି ପାଇଁ ମଧ୍ୟବିତ୍ତଙ୍କ ମୁସ୍କିଲ ବଢ଼ିବାରେ ଲାଗିଛି । ବର୍ଷାରେ ବି ମହଙ୍ଗା ମାଡ଼ରେ ଭାଜି ହେଉଛନ୍ତି ଗରିବ । ପନିପରିବା ଓ ଅନ୍ୟ ଖାଦ୍ୟ ସାମଗ୍ରୀର ଦର ମାତ୍ରାଧିକ ବୃଦ୍ଧି ପାଇବା ଫଳରେ ଲୋକଙ୍କ ବଜେଟରେ ସନ୍ତୁଳନ ବିଗିଡ଼ି ଯାଇଛି । ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି । ଗୋଟିଏ ମାସରେ ଖୁଚୁରା ମୁଦ୍ରାସ୍ଫୀତି ପାଖାପାଖି ୩ ପ୍ରତିଶତ ବୃଦ୍ଧି ପାଇ ୭.୪୪ ପ୍ରତିଶତରେ ପହଞ୍ଚିଛି ।
ପରିସଂଖ୍ୟନ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଖୁଚୁରା ମୁଦ୍ରାସ୍ଫୀତି ହାର ଜୁଲାଇ ମାସରେ ଲମ୍ବା ଲମ୍ଫ ମାରିଛି । ଏହା ୧୫ ମାସରେ ରେକର୍ଡ ଭାଙ୍ଗି ଦେଇଛି । ଜୁଲାଇ ମାସରେ ଖୁଚୁରା ଦର ୭.୪୪ ପ୍ରତିଶତରେ ପହଞ୍ଚିଯାଇଛି । ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ଜୁନ୍ ମାସରେ ୪.୮୭ ପ୍ରତିଶତ ଥିଲା । ସେହିପରି ଗତବର୍ଷ ଜୁଲାଇ ମାସରେ ଏହି ଦର ୬.୭୧ ପ୍ରତିଶତ ଥିଲା । ଏହା ପୂର୍ବରୁ ୨୦୨୨ରେ ଖୁଚୁରା ମୁଦ୍ରାସ୍ପିତି ୭.୭୯ ପ୍ରତିଶତକୁ ଯାଇ ରେକର୍ଡ ଭାଙ୍ଗିଥିଲା । ପରିପରିବା ଓ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିରେ ଅଙ୍କୁଶ ଲଗାଇବାକୁ ସରକାର ବିଫଳ ହେବା ଫଳରେ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି ।
wp:embed {"url":"https://www.prameyanews7.com/himachal-weather-today-temple-collapsed-in-landslide-in-shimla-many-bodies-found/","type":"wp-embed","providerNameSlug":"prameya-news-7"} /wp:embedନ୍ୟାସନାଲ ଷ୍ଟାଟିଷ୍ଟିକ୍ ଅଫିସ୍ ବା ଏନଏସଓ ରିପୋର୍ଟ ମୁତାବକ ଫୁଡ୍ ଇଣ୍ଡେକ୍ସ ୨ ଅଙ୍କକୁ ଲମ୍ଫ ମାରିଛି । ଏହା ଅପ୍ରେଲ୍ ମାସରେ ୪.୬ ପ୍ରତିଶତ ଥିଲା । ସେହିପରି ଗତବର୍ଷ ଜୁଲାଇ ମାସରେ ଏହା ୬.୬୯ ପ୍ରତିଶତ ଥିଲା । ବାର୍ଷିକ ରିପୋର୍ଟ ଅନୁଯାୟୀ, ପାନିପରିବାର ଖୁଚୁରା ମୂଲ୍ୟ ୩୭.୪୩ ପ୍ରତଶତରେ ରହିଥିବା ବେଳେ ଶସ୍ୟ ଓ ଅନ୍ୟ ଉତ୍ପାଦର ଦର ୧୩ ପ୍ରତିଶତ ବୃଦ୍ଧି ପାଇଛି ।
କ୍ଷୀର ଏବଂ ଏହାର ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୮.୩୪ ପ୍ରତିଶତ ହୋଇଛି, ଯାହା ଜୁନ୍ ମାସରେ ୮.୫୬ ପ୍ରତିଶତ ଥିଲା। ଖାଦ୍ୟ ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୧୩.୦୪ ପ୍ରତିଶତ ହୋଇଛି, ଯାହା ଜୁନ୍ ମାସରେ ୧୨.୭୧ ପ୍ରତିଶତ ଥିଲା। ତେଲ ଏବଂ ଚର୍ବିର ମୁଦ୍ରାସ୍ଫୀତି ହାର -୧୬.୮୦ ପ୍ରତିଶତ ହୋଇଛି, ଯାହା ଜୁନ୍ ମାସରେ -୧୮.୧୨ ପ୍ରତିଶତ ଥିଲା।
wp:embed {"url":"https://www.prameyanews7.com/fire-at-russian-gas-statio-blast-66-injure-russian-city-of-makhachkala-many-injured/","type":"wp-embed","providerNameSlug":"prameya-news-7"} /wp:embedଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ସଦ୍ୟ ରିପୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କର ନିଦ ହଜାଇ ଦେଇଛି । ଲଗାତାର ୪ ମାସରେ ନିୟନ୍ତ୍ରଣ କରିବା ପରେ ଖୁଚୁରା ମୁଦ୍ରସ୍ପିତି ଦାର ଆରବିଆଇର ୨-୬ ପ୍ରତିଶତ ଲିମିଟ୍କୁ ପାର୍ କରିଛି । ମୁଦ୍ରସ୍ପୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ତୃତୀୟ ଥର ପାଇଁ ରେପୋ ରେଟ୍କୁ ସ୍ଥିର ରଖିଥିଲା । ଫଳରେ ଏବେ ଖୁଚୁରା ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଏବେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି ପାଇଁ ଯୋଜନା କରିପାରେ ।