ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ନୂଆ ଗାଇଡ୍‌ଲାଇନ୍‌ ଆଣିଲେ ମୋହନ ସରକାର

Published By : Prameya-News7 Bureau | September 12, 2024 IST

ଭୁବନେଶ୍ବର ୧୨।୯: ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ ବାବୁ । ପୁନଃ ନିଯୁକ୍ତି ପାଇଁ ମୋହନ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ । ମୋଟ୍ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଆଯାଇପାରିବ ପୁନଃ ନିଯୁକ୍ତି । ପୁନଃ ନିଯୁକ୍ତି ପାଇବାକୁ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ ସେନେଇ ଜାରି ହୋଇଛି ନୂଆ ଗାଇଡ୍‌ଲାଇନ୍‌ । ଗାଇଡ୍‌ଲାଇନ୍‌ ଅନୁସାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଏକ ଚୟନ କମିଟି ରହିବ । ଯେଉଁ କମିଟିର ମୁଖ୍ୟ ଭାବେ ରହିବେ ମୁଖ୍ୟ ଶାସନ ସଚିବ । 

ସେହିଭଳି କମିଟିର ସଦସ୍ୟ ଭାବେ ସାଧାରଣ ପ୍ରଶାସନ ବା ଜିଏ ବିଭାଗର ସଚିବ ଓ ଅର୍ଥ ସଚିବ ରହବେ । ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ୬୫ବର୍ଷରୁ କମ୍‌ ଓ ଭଲ ସର୍ଭିସ୍‌ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ । ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍‌ ରହିବା ଜରୁରୀ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବଚାର ଯୋଗ୍ୟ ହେବନି ପୁନଃ ନିଯୁକ୍ତି । ଅବସର ପୂର୍ବରୁ ବାବୁଙ୍କ ସିସିଆର୍‌ ଆଉଟ୍‌ଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ । ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ । ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ । ପୂର୍ବ ସରକାର ଅମଳରେ ସବୁ ନୀତି ନିୟମକୁ ନଜର ଅନ୍ଦାଜ କରି ବହୁ ଅବସରପ୍ରାପ୍ତ ଅଧିକାରୀଙ୍କୁ ମନଇଚ୍ଛା ବଡ଼ ବଡ଼ ପଦବୀରେ ନିଯୁକ୍ତି ଦିଆଯାଇଥିଲା । 

ଅନ୍ୟପଟେ ରାଜ୍ୟରେ ବେରୋଜଗାର ବଢ଼ୁଥିବାରୁ  ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ପ୍ରଶାସକ । ପୁନଃ ନିଯୁକ୍ତିକୁ ଅସାମ୍ବିଧାନିକ କହିବା ସହ ରାଜନୈତିକ ଦଳ ସହ ସମ୍ପର୍କ ରଖିଥିବା ଅଫିସରଙ୍କୁ ଥଇଥାନ ପାଇଁ ଏହା ଗଳାବାଟ ବୋଲି ବିବେଚନା କରିଛନ୍ତି । ପୂର୍ବ ସରକାରରେ ଯାହା ଚାଲୁଥିଲା, ନୂଆ ସରକାର ଯଦି ସେୟା କରିବେ ତାହେଲେ ନିଯୁକ୍ତି ବନ୍ଦ କରିଦିଅନ୍ତୁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । 

You Can Read:

ମାଟି କୁଡୁଆ ବଦଳରେ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ, ଉଦବେଗ ପ୍ରକାଶ କଲା ସୁଆର ମହାସୁଆର ନିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.