ସେକ୍ସନ ଅଫିସର କହି ଚାକିରି ଲୋଭ ଦେଖାଉଥିଲା, ଗେଟ୍ ପାଖରୁ ଉଠାଇ ନେଲା ପୋଲିସ

Published By : Prameya-News7 Bureau | January 13, 2025 IST

ଭୁବନେଶ୍ବର ୧୩ /୧: ଲୋକସେବା ଭବନରେ ମାତିଛନ୍ତି ଦଲାଲ । ଚାକିରି କରାଇଦେବାକୁ କହି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଜଣେ ଠକ ଦଲାଲର କଳାକାରନାମା ପଦାକୁ ଆସିଛି । ଠକ ଦଲାଲ ବ୍ୟାସଦେବ ରଣା ପ୍ରଥମେ ନିଜକୁ ପଞ୍ଚାୟତରାଜ ବିଭାଗର ସେକ୍ସନ ଅଫିସରର ପରିଚୟ ଦେଉଥିଲା । ଆଉ ଲୋକସେବା ଭବନରେ ଚାକିରିର ଲୋଭ ଦେଖାଉଥିଲା । ତା ପରେ ଟଙ୍କା ନେଇ ଧରାଛୁଆଁ ଦେଉନଥିଲା ।

ଏମିତି ସେ ଅନେକ ଲୋକଙ୍କ ଠାରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଠକିନେଇଥିବା ଜଣାପଡିଛି । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ । ଆଉ ଲୋକସେବା ଭବନର ଗେଟ୍‌ ପାଖରୁ ଗିରଫ କରିଛି । ତା ନିକଟରୁ ନକଲି ସେକ୍ସନ ଅଫିସରର ପରିଚୟ ପତ୍ର ମିଳିଛି । ତା ଘର କଳାହାଣ୍ଡିରେ । ସେ ଭୁବନେଶ୍ବରରେ ଆସି କିଛି ଦିନ ହେବ ରହୁଥିବା ଜାଣିବାକୁ ପାଇଛି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.