ମାଟି କୁଡୁଆ ବଦଳରେ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ, ଉଦବେଗ ପ୍ରକାଶ କଲା ସୁଆର ମହାସୁଆର ନିଯୋଗ

Published By : Prameya-News7 Bureau | September 12, 2024 IST

ପୁରୀ ୧୨।୯: ଶ୍ରୀମନ୍ଦିର ରୋଷଶାଳାରେ ମାଟି କୁଡୁଆ ବଦଳରେ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏହାକୁ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ତେବେ ମାଟି କୁଡୁଆର ଅଭାବ ଯୋଗୁ ବାଧ୍ୟ ହୋଇ କିଛି ସୁଆର ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିବା ବେଳେ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଚିଠି କରାଯାଇଛି । 

ସେହିପରି ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ମଧ୍ୟ ଖୁବଶୀଘ୍ର ଅବଗତ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସହ ସମ୍ପାଦକ କହିଛନ୍ତି । 

You Can Read:

CAG ରିପୋର୍ଟର ତର୍ଜମା କରିବେ ସରକାର, ଆବଶ୍ୟକ ପଦକ୍ଷେପ ନେବ ବିଭାଗ : କନକ ବର୍ଦ୍ଧନ ସିଂଦେଓ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.