CAG ରିପୋର୍ଟର ତର୍ଜମା କରିବେ ସରକାର, ଆବଶ୍ୟକ ପଦକ୍ଷେପ ନେବ ବିଭାଗ : କନକ ବର୍ଦ୍ଧନ ସିଂଦେଓ

Published By : Prameya-News7 Bureau | September 12, 2024 IST

ଭୁବନେଶ୍ବର ୧୨।୯: CAGଙ୍କ ରିପୋର୍ଟରେ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦେବା ଘଟଣାରେ ବଡ ବୟାନ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ସେ କହିଛନ୍ତି, CAGଙ୍କ ରିପୋର୍ଟ ତର୍ଜମା କରିବେ ସରକାର । ତର୍ଜମା ପରେ ଆବଶ୍ୟକ ପଦକ୍ଷେପ ନେବ ବିଭାଗ । ଟଙ୍କା ରିକଭରି ହୋଇପାରିବନି କହିଲେ ଉପ ମୁଖ୍ୟମନ୍ତ୍ରୀ । 

CAG ଯେଉଁ ରିପୋର୍ଟ ଦେଇଛନ୍ତି ପ୍ରଶାସନିକ ସ୍ତରରେ ତର୍ଜମା କରିବା ପରେ ଯାହା ପଦକ୍ଷେପ ନେବା କଥା ତାହା ନିଆଯିବ । ରିପୋର୍ଟରେ ଯାହା ଦର୍ଶାଯାଇଛି ଯେଉଁମାନଙ୍କୁ ଟଙ୍କା ଯାଇଛି ସେମାନଙ୍କ ଠାରୁ ରିକଭରି କରିହେବନି । ଏଣୁ CAGଙ୍କ ରିପୋର୍ଟ ତର୍ଜମା ପରେ ସରକାର ଯାହା ପଦକ୍ଷେପ ନେବା କଥା ନେବେ ବୋଲି କନକ ବର୍ଦ୍ଧନ କହିଛନ୍ତି ।

You Can Read:

ଗରମ ଡ଼ାଲି ପଡ଼ି ଛାତ୍ରାବାସର ଛାତ୍ର ଆହତ, ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.