ଭୁବନେଶ୍ବର ୨୬।୧୦: ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ସ୍ଥିତି, ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବର୍ଷା ଚିନ୍ତା ବଢ଼ାଇଛି । ଜିରୋ କାଜୁଆଲିଟି ମଣିଷ ସହ ପଶୁଙ୍କୁ କରାଯାଇଛି । ୨୨୦୦ ପ୍ରସବ ହୋଇଛି । ଭିତରକନିକା ଗଛଙ୍କୁ ଧନ୍ୟବାଦ । ଗଛ ନଥିଲେ ବାତ୍ୟା ପ୍ରକୋପ ଅଧିକ ହୋଇଥାନ୍ତା । ଆଶା ଦିଦି ଇତିହାସ ରଚିଲେ ।
ଶୁକ୍ରବାର ପ୍ରାଥମିକ ରିପୋର୍ଟ ଆସିଛି । ଶନିବାର ଏରିୟଲ ସର୍ଭେ କରାଯିବ । ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ । ଜିଲ୍ଲାପାଳ ଓ ୪ ବିଭାଗକୁ ନିଖୁଣ ସର୍ଭେ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାର କ୍ଷୟକ୍ଷତି ହୋଇଛି ଯେମିତି ବାଦ ନ ପଡିବେ । କ୍ଷୟକ୍ଷତି ନ ହୋଇ ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି । ୨ଟି ଟାୱାର ନଷ୍ଟ ହୋଇଛି । ଗୋଟିଏ ଗାଈ ସାପ କାମୁଡାରେ ମରିଛି । ଗୋଟିଏ ଚୋରି ଓ ଅସଦାଚରଣର ରିପୋର୍ଟ ଆସିନି । ଚୂଡାନ୍ତ ରିପୋର୍ଟ ୭ ଦିନ ଭିତରେ ପଠାଇବୁ । ସର୍ଭେ ପାଇଁ କେନ୍ଦ୍ରରୁ ଟିମ୍ ଆସିବେ । ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି । ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ । ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି । ପଶୁ ମାନଙ୍କୁ ଭ୍ୟାକସିନ୍ ପାଇଁ ବ୍ୟବସ୍ଥା ହୋଇଛି । ବନ୍ୟା ପାଇଁ ମୟୁରଭଞ୍ଜ ବୁଢାବଳଙ୍ଗକୁ ନଜରରେ ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ ! ଭୟଭୀତ ସ୍ଥାନୀୟ ଲୋକେ