ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ ! ଭୟଭୀତ ସ୍ଥାନୀୟ ଲୋକେ

Published By : Prameya-News7 Bureau | October 26, 2024 IST

ଭୁବନେଶ୍ୱର ୨୬।୧୦ :  ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ । ବିମାନବନ୍ଦର ନିକଟ ଡମ୍ପିଂ ୟାର୍ଡ ନିକଟରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଡମ୍ପିୟାର୍ଡ ଭିତରେ ଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଛି । ବର୍ତ୍ତମାମ ସୁଦ୍ଧା ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚିନଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ଶନିବାର ସକାଳୁ ସକାଳୁ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ଡମ୍ପିଆର୍ଡରେ ଏକ କଳରାପତରିଆ ବାଘ ବୁଲୁଥିବାର କିଛି ଲୋକ ଦେଖିଥିଲେ। ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବିମାନବନ୍ଦର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ସମସ୍ତଙ୍କୁ ବାଘ ଭୟ ଘାରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.