ଚିଙ୍ଗୁଡି ଘେରିରୁ ୧୪ ଫୁଟିଆ କୁମ୍ଭୀର ଉଦ୍ଧାର, ଭିତରକନିକାରେ ଛାଡିଲା ବନବିଭାଗ

Published By : Prameya-News7 Bureau | October 27, 2024 IST

ପଟ୍ଟାମୁଣ୍ଡାଇ ୨୭/୧୦: ଚିଙ୍ଗୁଡି ଘେରିରୁ ୧୪ ଫୁଟିଆ କୁମ୍ଭୀର । ଉଦ୍ଧାର କରିବାକୁ ଯାଇ ନାକେଦମ ବନ ବିଭାଗ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରେ ଥିବା ଚିଙ୍ଗୁଡି ଘେରିରୁ ବିରାଟ ବଉଳା କୁମ୍ଭୀରକୁ ଧରିଛି ବନ ବିଭାଗ । ପ୍ରାୟ ୮ ଘଣ୍ଟା କାଳ କସରତ ପରେ କୁମ୍ଭୀରକୁ କାବୁ କରାଯାଇଛି । କୁମ୍ଭୀରଟି ଖାଦ୍ୟ ଖୋଜି ଖୋଜି ଘେରି ଭିତରକୁ ପଶିଆସିଥିବା କୁହାଯାଉଛି ।

ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ କୁମ୍ଭୀର ଭାସୁଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ ଘେରି ମାଲିକ । ଘଟଣାସ୍ଥଳରେ ବନବିଭାଗର ଏକ ଟିମ୍‌ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ରାତି ହୋଇଥିବାରୁ କୁମ୍ଭୀରକୁ ଧରିବାକୁ ନାକେଦମ ହେବାକୁ ପଡିଥିଲା । ତେବେ ଉଦ୍ଧାର ପରେ କୁମ୍ଭୀରକୁ ଭିତରକନିକା ଅଭୟାରଣ୍ୟରେ ଛାଡି ଦିଆଯାଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.