ଫିଲ୍ମ 'ସ୍ତ୍ରୀ-୩’ର କାମ ଆରମ୍ଭ, ଶ୍ରଦ୍ଧା କହିଲେ- ପୁଣି ହେବ ହିଟ୍‌

Published By : Prameya-News7 Bureau | October 27, 2024 IST

ମୁମ୍ଵାଇ ୧୭।୦୧: ‘ସ୍ତ୍ରୀ’ ଫ୍ରାଞ୍ଚାଇଜ୍‌ର ତୃତୀୟ ସଂସ୍କରଣ ‘ସ୍ତ୍ରୀ ୩’ ଫିଲ୍ମର କାମ ଆରମ୍ଭ ହୋଇଗଲାଣି । ମୁମ୍ବାଇରେ  ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏକଥା ନିଶ୍ଚିତ କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା କହିଛନ୍ତି, ନିର୍ଦ୍ଦେଶକ ଅମର କୌଶିକଙ୍କ ପାଖରେ ପୂର୍ବରୁ ହିଁ ‘ସ୍ତ୍ରୀ ୩’  ପାଇଁ ଏକ ଭଲ କାହାଣୀ ଥିଲା । 

‘ସ୍ତ୍ରୀ ୩’ ସିନେମା ପାଇଁ ଭଲ କାହାଣୀଟିଏ ଅଛି ବୋଲି ଅମର  ଯେତେବେଳେ ତାଙ୍କୁ କହିଥିଲେ, ସେ ଖୁବ୍‌ ଉତ୍କଣ୍ଠିତ ହୋଇପଡ଼ିଥିଲେ କାରଣ ଏହା ନିଶ୍ଚିତ  ଭାବେ କିଛି ଚମତ୍କାରିତା ଦେଖାଇବ ବୋଲି ତାଙ୍କର ବିଶ୍ୱାସ ଥିଲା ବୋଲି କହିଥିଲେ ଶ୍ରଦ୍ଧା । ଏମିତିକି କାହାଣୀଟି କେଉଁ ବିଷୟକୁ ନେଇ - ଏକଥା ଶୁଣିବା ପାଇଁ ଅପେକ୍ଷା କରିବାକୁ ମଧ୍ୟ  ତାଙ୍କର ଧୈର୍ଯ୍ୟ ନଥିଲା ବୋଲି ଶ୍ରଦ୍ଧା କହିଥିଲେ। 

ସୂଚନାଯୋଗ୍ୟ, ଶ୍ରଦ୍ଧା ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ   ୨’ ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିଲା, ଯାହା ଆଜି ଯାଏଁ କିଛି କିଛି ପ୍ରେକ୍ଷାଳୟରେ   ପ୍ରଦର୍ଶିତ ହେଉଛି । ମେଡାକ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ ରାଜକୁମାର, ଶ୍ରଦ୍ଧା  କପୁର, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ଓ ଅପାରଶକ୍ତି ଖୁରାନା ପ୍ରମୁଖ ଅଭିନୟ କରିଛନ୍ତି ।  ‘ସ୍ତ୍ରୀ ୨’ ଖୁବ୍‌ ବଢ଼ିଆ ରୋଜଗାର କରି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହେବା ସହିତ  ଅନେକ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.