ସୁଯୋଗ ମିଳିଲେ ଉଦ୍ଧବ ଓ ରାଜ ଠାକରେଙ୍କୁ ଏକାଠି କରିବାକୁ ଉଦ୍ୟମ କରିବି: ମନସେ ନେତା ନନ୍ଦଗାଓଁକର

Published By : Prameya-News7 Bureau | October 26, 2024 IST

ମୁମ୍ବାଇ ୨୬।୧୦: ମହାରାଷ୍ଟ୍ର ନବ ନିର୍ମାଣ ସେନା (ମନସେ) ନେତା ବାଲା ନନ୍ଦଗାଓଁକର କହିଛନ୍ତି ଯେ ଯଦି ତାଙ୍କୁ ସୁଯୋଗ ମିଳିଲା ତେବେ ସେ ଠାକରେ ପରିବାରର ପୃଥକ ଦୁଇ ଭାଇ ଉଦ୍ଧବ ଓ ରାଜ ଠାକରେଙ୍କୁ ଏକାଠି ଆଣିବାକୁ ଉଦ୍ୟମ କରିବେ। ନନ୍ଦଗାଓଁକର ମୁମ୍ବାଇର ଶିବଡି ବିଧାନସଭା ଆସନରୁ ରାଜଠକରେଙ୍କ ନେତୃତ୍ୱାଧୀନ ମନସେ ପ୍ରାର୍ଥୀ ଭାବେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଗଣମାଧ୍ୟମ ସହ ଆଲୋଚନାରେ ଏହା କହିଛନ୍ତି। 

ଠାକରେ ଭାଇମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରିବେ କି ବୋଲି ପ୍ରଶ୍ନ ପଚରା ଯିବାରୁ ନନ୍ଦଗାଓଁକର କହିଛନ୍ତି ଯେ ମୁଁ ପୂର୍ବରୁ ମଧ୍ୟ ଏଥି ପାଇଁ ପ୍ରୟାସ କରିଛି ଓ ଯଦି ମୋତେ ସୁଯୋଗ ମିଳିଲା ତେବେ ଭବିଷ୍ୟତରେ ମଧ୍ୟ ଉଦ୍ୟମ କରିବି। ସେ କହିଛନ୍ତି ଯଦିଓ ମୁଁ ମନସେର ସୈନିକ ତଥାପିତ ଦିବଙ୍ଗତ ଶିବସେନା ସଂସ୍ଥାପକ ବାଲ ଠାକରେଙ୍କର ବି ସୈନିକ। ୧୯୯୦ ଦଶକରେ ଛଗନ ଭୁଜବଲଙ୍କୁ ପରାସ୍ତ କରିବା ପରେ ନନ୍ଦଗାଓଁକର ଜଣେ ଦିଗ୍ଗଜ ରୂପେ ପ୍ରଶିଦ୍ଧ ହୋଇଯାଇଥିଲେ, ଯିଏ ଅବିଭାଜିତ ଶିବସେନା ଛାଡି ପରେ କଂଗ୍ରେସରେ ସାମିଲ ହୋଇଯାଇଥିଲେ। 

ପ୍ରାୟ ଦଶନ୍ଧୀ ପରେ ରଜା ଠାକରେଙ୍କର ଉଦ୍ଧବଙ୍କ ସହ ମତପାର୍ଥକ୍ୟ  ହୋଇଥିଲା ଓ ନନ୍ଦଗାଓଁକର ସେତେବେଳେ ପାର୍ଟି ଛାଡି ଦେଇଥିଲେ। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ମନସେ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଲାଣି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନଭେମ୍ବର ୨୦ ତାରିଖରେ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.