ଉଦ୍ଧବଙ୍କ ସାଥ ଛାଡିଥିବାରୁ ସିନ୍ଦେଙ୍କୁ ବୁଦ୍ଧି ଶିଖାଇବେ ଜନତା! ଜାଣନ୍ତୁ ସର୍ଭେରେ କହିଛନ୍ତି କ’ଣ?

Published By : Prameya-News7 Bureau | October 26, 2024 IST

ମୁମ୍ବାଇ ୨୬।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ଉଷ୍ମ। ରାଜ୍ୟରେ ନଭେମ୍ବର ୨୦ ତାରିଖ ଦିନ ସମସ୍ତ ୨୮୮ ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହେବ। ଏହା ପରେ ନଭେମ୍ବର ୨୩ରେ ଭୋଟ ଗଣନା କରାଯିବ। ଏହା ପୂର୍ବରୁ ଆଇଟିଭି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଜନତାଙ୍କ ପ୍ରଥମ ପସନ୍ଦ ସର୍ଭେ କରିଛି। ଏହି ସର୍ଭେରେ ମହାରାଷ୍ଟ୍ରରେ ଗତ ୫ ବର୍ଷରେ ୩ ମୁଖ୍ୟମନ୍ତ୍ରୀ ହଦଳିଥିବା ବେଳେ  ଦୁଇଟି ବଡ଼ ବିଦ୍ରୋହ ହୋଇଛି, ଏଥିରେ ଏବେ ଜନତାଙ୍କ ମୁଡ କଣ ତାହା ଜାଣିବାକୁ ଉଦ୍ୟମ କରାଯାଇଥିଲା। 

ଏଥିରେ ୫୮ ପ୍ରତିଶତ ଜନତା ଯିଏ ବି ସରକାର କରୁ ପୂର୍ଣ୍ଣ ବହୁମତ ଆଶା କରୁଥିବା କହିଛନ୍ତି। ସେହିପରି ୧୧ ପ୍ରତିଶତ ଲୋକେ ଦଳରେ ବିଦ୍ରୋହ ଓ ଦଳବଦଳକୁ ନାପସନ୍ଦ କରିଛନ୍ତି। ୩୦ ପ୍ରତିଶତ ଲୋକେ ରାଜନୈତିକ ଡ୍ରାମାକୁ ନାପସନ୍ଦ କରିଥିବା ବେଳେ ୧ ପ୍ରତିଶତ ଲୋକେ ସର୍ଭେରୁ ନିଜକୁ ଦୂରରେ ରଖିଛନ୍ତି। ସେହିପରି ମହାରାଷ୍ଟ୍ର ବିଦର୍ଭରେ ୬୨ଟି ବିଧାନସଭା ଆସନରେ କାହାର ଲହର ରହିଛି ଜାଣିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା। ଏଥିରେ ୪୨ ପ୍ରତିଶତ ଲୋକେ ଏମଭିଏ ସପକ୍ଷରେ ମତ ଦେଇଛନ୍ତି। 

ସେହିପରି ବିଜେପି ନେତୃତ୍ୱଧୀନ ମହାଯୁତିକୁ ୫୧ ପ୍ରତିଶତ ଲୋକେ ସମର୍ଥନ କରୁଥିବା ବେଳେ ଅନ୍ୟଙ୍କ ପ୍ରତି ୭ ପ୍ରତିଶତ ଲୋକଙ୍କ ସମର୍ଥନ ଦେଖାଯାଇଛି। ଏମଭିଏରେ ଶରଦ ପାୱାର ସିଟ୍ ସେୟାରିଂରେ କଂଗ୍ରେସ ଓ ଉଦ୍ଧବ ସେନାକୁ ବ୍ୟାକଫୁଟକୁ ନେଇଛନ୍ତି କି ବୋଲି ମଧ୍ୟ ଲୋକଙ୍କୁ ପଚରା ଯାଇଥିଲା। ୫୧ ପ୍ରତିଶତ ଲୋକେ ହଁରେ ଏହାର ଜବାବ ଦେଇଥିବା ବେଳେ ୩୮ ପ୍ରତିଶତ ଲୋକେ ନାହିଁ କରିଛନ୍ତି। ତେବେ ୧୧ ପ୍ରତିଶତ ଲୋକେ ନିଜକୁ ସର୍ଭେରୁ ଦୂରେଇ ରଖିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.