କ୍ରିକେଟ ପଡିଆରେ ଧମାଲ୍‌ କରିବେ ଡାଏରେକ୍ଟରଙ୍କ ପୁଅ, ଏହି ଟିମ୍‌ ଲଗାଇବେ ନିଲାମୀ !

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬।୧୦: ଆଇପିଏଲ୍‌ ୨୦୨୫ । ମେଗା ନିଲାମ ପାଇଁ ବେଶ୍‌ ଚର୍ଚ୍ଚାରେ । କିଛି ନା କିଛି କାରଣରୁ ହେଉଛି ଆଲୋଚନା । ଏବେ ଜଣେ ଯୁବ ପ୍ଲେୟରଙ୍କୁ ନେଇ ଚାଲିଛି ଚର୍ଚ୍ଚା । ସେ ପୁଣି ଏମିତି ସେମିତି ନୁହଁନ୍ତି, ସେ ହେଉଛନ୍ତି ଜଣେ ପ୍ରସିଦ୍ଧ ଡାଏରେକ୍ଟରଙ୍କ ପୁଅ । ଯିଏକି କ୍ରିକେଟ ପଡିଆରେ କରିବେ କମାଲ ।  ସେ ପୂର୍ବରୁ ରଣଜୀ ଟ୍ରଫିରେ କରିସାରିଛନ୍ତି ଧମାଲ । ଏବେ ଆଇପିଏଲ୍‌ରେ ଦେଖାଇବେ ଜଲଓ୍ବା ।

ଏହି ପ୍ଲେୟର ହେଉଛନ୍ତି ମିଜୋରାମର ଷ୍ଟାର ବ୍ୟାଟର ଅଗ୍ନି ଚୋପ୍ରା । ରଣଜୀ ଟ୍ରଫିରେ କରିଛନ୍ତି ଦମ୍‌ଦାର୍‌ ପର୍ଫମାନ୍ସ । ଅଗ୍ନି ଚୋପ୍ରା ହେଉଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ବିନ୍ଦୁ ବିନୋଦ ଚୋପ୍ରାଙ୍କ ପୁଅ । ବିନ୍ଦୁ ପ୍ରସିଦ୍ଧ ଫିଲ୍ମ ଥ୍ରୀ ଇଡିଅଟର ନିର୍ଦ୍ଦେଶନା ଦେଇଥିଲେ । ବର୍ତ୍ତମାନ ତାଙ୍କ ପୁଅ ଅଗ୍ନି ଚୋପ୍ରା କ୍ରିକେଟ୍ ପଡ଼ିଆରେ କରୁଛନ୍ତି ଧମାଲ୍‌ । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯଦି ଅଗ୍ନି ଚୋପ୍ରା ଆଇପିଏଲ୍ ମେଗା ନିଲାମର ଅଂଶ ହୁଅନ୍ତି, ତେବେ କଣ ହେବ ? କେଉଁ କେଉଁ ଟିମ୍‌ ଅଗ୍ନି ଚୋପ୍ରା ଉପରେ ଲଗାଇବେ ବୋଲି ?  ଏହି ଲିଷ୍ଟରେ ସାମିଲ ଅଛନ୍ତି ୩ ଆଇପିଏଲ୍‌ ଟିମ୍‌ । ଯିଏକି ଅଗ୍ନିଙ୍କ ଉପରେ ଅକ୍ସନ୍‌ରେ ଲଗାଇପାରନ୍ତି ବୋଲି । 

ଅଗ୍ନି ଚୋପ୍ରା ଘରୋଇ କ୍ରିକେଟ୍ ରେ ମିଜୋରାମ ପାଇଁ ଖେଳନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଗ୍ନି ଚୋପ୍ରା ମୁମ୍ବାଇ କ୍ରିକେଟ୍ ପାଇଁ ନୂଆ ନୁହନ୍ତି । ଅଗ୍ନି ଚୋପ୍ରା ଜୁନିୟର ଲେବଲରେ ମୁମ୍ବାଇ ପାଇଁ ଖେଳିଛନ୍ତି । କୁହାଯାଏ କି ଯଦି ଅଗ୍ନି ଚୋପ୍ରା ଆଇପିଏଲ ମେଗା ନିଲାମର ଅଂଶ ହୁଅନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସ ନିଶ୍ଚିତ ଭାବେ ତାଙ୍କୁ ଟ୍ରେଡ୍‌ କରିବ । ତେବେ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଅଗ୍ନି ଚୋପ୍ରାଙ୍କୁ ଟ୍ରେଡ୍‌ କରୁଛି କି ନାହିଁ ତାହା ଦେଖିବାକୁ ବେଶ୍‌ ମଜାଦାର ହେବ । 

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫ୍ରାଞ୍ଚାଇଜ୍‌ ନିଜର ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍ ଖୋଜୁଛି । ଏଭଳି ପରିସ୍ଥିତିରେ ଅଗ୍ନି ଚୋପ୍ରା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଉତ୍ତମ ବିକଳ୍ପ । ସେ ରଣଜୀ ଟ୍ରଫିରେ ବହୁତ ରନ୍ କରିଛନ୍ତି । ଏଭଳିସ୍ଥିତିରେ ଆଇପିଏଲ୍ ମେଗା ନିଲାମରେ ଅଗ୍ନି ଚୋପ୍ରାଙ୍କୁ ଆରସିବି ଟ୍ରେଡ୍‌ କରୁଛି କି ନାହିଁ ତାକୁ ରହିଛି ଅପେକ୍ଷା । ତେବେ କୁହାଯାଉଛି କି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ମେଗା ନିଲାମରେ ଅଗ୍ନି ଚୋପ୍ରା ପାଇଁ ଟ୍ରେଡ୍‌ କରିପାରେ ।  

ଆଇପିଏଲ ୨୦୨୪ ସିଜିନ୍‌ରେ ପଞ୍ଜାବ କିଙ୍ଗ୍ସକୁ ମିଡିଲ୍‌ ଅର୍ଡର ନିରାଶ କରିଥିଲେ । ଯଦିଓ ଆଶୁତୋଷ ଶର୍ମା ଏବଂ ଶଶାଙ୍କ ସିଂଙ୍କ ପରି ଯୁବ ପ୍ଲେୟର ନିଜର ଚିହ୍ନ ଛାଡିଥିଲେ, କିନ୍ତୁ ପୁରା ମିଡିଲ୍‌ ଅର୍ଡର ପଞ୍ଜାବ କିଙ୍ଗ୍ସର ଦୁର୍ବଳତା ସାଜିଥିଲା । ଏଭଳିସ୍ଥିତିରେ ପଞ୍ଜାବ କିଙ୍ଗସ ଜଣେ ଭଲ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଖୋଜୁଛି । ପଞ୍ଜାବ କିଙ୍ଗସ୍ ପାଇଁ ଅଗ୍ନି ଚୋପ୍ରା ଏହି ସ୍ଥାନର ହୋଇପାରନ୍ତି ବିକଳ୍ପ ।  ତେବେ ଅପେକ୍ଷା ଅକ୍ସନକୁ, କେଉଁ ଟିମ୍‌କୁ ଯାଉଛନ୍ତି ଅଗ୍ନି ଚୋପ୍ରା...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.