ଆଇପିଏଲ୍ ୨୦୨୫ ଖେଳିବେ କି ମାହୀ ? ପ୍ରଶଂସକଙ୍କ ପ୍ରଶ୍ନର ଏମିତି ରଖିଲେ ଉତ୍ତର

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬/୧୦: ଆଇପିଏଲ୍ ୨୦୨୫ରେ ଚାଲିବ ବି ମାହୀ ଜଲଓ୍ୱା । କଣ ସତରେ ଖେଳିବେ କି କ୍ୟାପଟେନ୍ କୁଲ୍ । ଏମିତି ଅନେକ ପ୍ରଶ୍ନ ଏବେ ପ୍ରତିଟି ଫ୍ୟାନ୍ସ ମନରେ । ତେବେ ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ନିଜେ ଧୋନୀ । ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନ ତାଲିକା ଜାରି କରିବା ପୂର୍ବରୁ ଖେଳିବେ କି ନାହିଁ ସ୍ପଷ୍ଟ କଲେ ଧୋନି । ଯାହା ଜଣାପଡିଛି କି ବୋଧହୁଏ ସେ ଖେଳିବେ । 

କାରଣ ଦୀର୍ଘ ଦିନ ଧରି ଏହି ପ୍ରଶ୍ନ ପ୍ରଶଂସକଙ୍କ ମଧ୍ୟର ଆଲୋଚନାର ପ୍ରସଙ୍ଗ ପାଲଟିଛି । ଅକ୍ଟୋବର ୩୧ ସୁଦ୍ଧା ବିଭିନ୍ନ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନସନ୍ ତାଲିକା ଜାରି କରିବେ। ମେଗା ଅକ୍ସନ ପୂର୍ବରୁ ଧୋନିଙ୍କୁ ଚେନ୍ନାଇ ରିଟେନ କରିବ କି ନାହିଁ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହାରି ଭିତରେ ଏକ କାର୍ଯ୍ୟକ୍ରମରେ ଧୋନି ନିଜେ ଏପରି କିଛି କଥା କହିଛନ୍ତି, ଯାହା ଧୋନି ଓ ସିଏସକେ ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି। ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । 

ସେ କହିଛନ୍ତି କ୍ୟାରିୟରର ଶେଷ କିଛି ବର୍ଷ ଉପଭୋଗ କରିବାକୁ ଚାହୁଁଛି । ସୂଚନା ଥାଉକି, ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ ଘରୋଇ ପ୍ରମୋସନାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାହି । ଏହି ସମୟରେ ତାଙ୍କୁ ତାଙ୍କ ଆଇପିଏଲର କ୍ୟାରିୟରକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖିଥିଲେ ଧୋନୀ । 


ଏହି କାର୍ଯ୍ୟକ୍ରମରେ ଧୋନି କହିଛନ୍ତି, 'ମୁଁ ମୋ କ୍ୟାରିୟରର ଶେଷ କିଛି ବର୍ଷର ଆନନ୍ଦ ନେବାକୁ ଚାହୁଁଛି।' ଏଥିରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ମାହିଙ୍କୁ ଆଉ କିଛି ବର୍ଷ କ୍ରିକେଟ ମୈଦାନରେ ଦେଖିବାକୁ ମିଳିପାରେ। ଏପରି ମଧ୍ୟ ସମ୍ଭାବନା ରହିଛି ଯେ ଧୋନି ଆହୁରି ୩ ବର୍ଷ ପର୍ଯ୍ୟନ୍ତ ସିଏସକେ ଜର୍ସିରେ ଖେଳି ପାରନ୍ତି। କାରଣ ମେଗା ଅକ୍ସନରେ ରିଟେନ କରାଯାଇଥିବା ଖେଳାଳିଙ୍କ ପାଖରେ ସେହି ଦଳରେ ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ଖେଳିବା ପାଇଁ ସୁଯୋଗ ରହିଥାଏ । 

ଧୋନି ଏହି କାର୍ଯ୍ୟକ୍ରମରେ କହିଛନ୍ତି, 'ଯଦି ଆପଣ କ୍ରିକେଟକୁ ଉପଭୋଗ କରି ଖେଳୁଛନ୍ତି, ତେବେ ଉଭୟ ଖେଳାଳି ଓ ଟିମକୁ ଏହାର ଫାଇଦା ମିଳିଥାଏ। ମୁଁ ଏବେଠାରୁ କ୍ରିକେଟକୁ ଆହୁରି ଅଧିକା ଉପଭୋଗ କରିବାକୁ ଚାହୁଁଛି। ବୃତ୍ତିଗତ ଖେଳାଳି କେବେ ମଧ୍ୟ ଏହାକୁ ଉପଭୋଗ କରିପାରିନଥାନ୍ତି। ମୁଁ ଏହି ସବୁକୁ ଅଲଗା ରଖି ପରବର୍ତ୍ତୀ ନଅ ମାସ ନିଜକୁ ଫିଟ୍ ରଖିବାକୁ ଚାହୁଁଛି। 

  • Ms dhoni
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.