ପୁଣେ ଟେଷ୍ଟ ହାରିଗଲେ WTC ଫାଇନାଲରୁ ବାହାର ହେବ କି ଟିମ୍ ଇଣ୍ଡିଆ ? କଣ କହୁଛି ସମୀକରଣ...

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬/୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଚାଲିଛି । ଏହି ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ବିଶେଷ କିଛି ହୋଇନାହିଁ । ମ୍ୟାଚ୍ ଜିତିବାକୁ ଭାରତୀୟ ଦଳ ଆଗରେ ୩୫୯ ରନ୍‌ର୍ ଟାର୍ଗେଟ । 

ତେବେ ଆରମ୍ଭରୁ କିଓ୍ୱି ବୋଲରଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ରୋହିତ ଶର୍ମା । ତେବେ ଦଳର ମର୍ଯ୍ୟାଦା ବଜାୟ ରଖି ଖେଳୁଛନ୍ତି ଶୁଭମନ ଗିଲ୍ ଓ ଯଶସ୍ୱୀ ଜଏସଓ୍ୱାଲ୍ । ତେବେ ବର୍ତ୍ତମାନ ସୁଦ୍ଧା ପୁଣେ ଟେଷ୍ଟ ମ୍ୟାଚ୍ ଭାରତ ହାତରୁ ଖସି ଯାଉଥିବା ଜଣାପଡିଛି । ବର୍ତ୍ତମାନ ଏହି ମ୍ୟାଚ୍ ଜିତିବା ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚତୁର୍ଥ ଇନିଂସରେ ଜୋରଦାର କମ୍‌ବ୍ୟାକ୍ କରିବାକୁ ପଡ଼ିବ । ପୁଣେ ପିଚ୍‌ରେ ଚତୁର୍ଥ ଇନିଂସରେ ବ୍ୟାଟିଂ କରିବା ସହଜ ହେବ ନାହିଁ । 

ଏବେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ହେଉଛି ଯଦି ପୁଣେ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ହାରିଯାଏ କିମ୍ବା ମ୍ୟାଚ୍ ଡ୍ର ହୁଏ ତେବେ କଣ ହେବ? ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ର ଫାଇନାଲ ପାଇଁ ଭାରତୀୟ ଦଳ ଦୌଡ଼ରୁ ବାଦ୍ ପଡିପାରେ । ଯଦିଓ, ପୁଣେ ଟେଷ୍ଟରେ ପରାଜୟ ହୁଏ, ତେବେ ଫାଇନାଲରେ ପହଞ୍ଚିବା ପାଇଁ ରାସ୍ତା ଟିକେ କଷ୍ଟସାଧ୍ୟ ମନେହୁଏ । 

ବିଶ୍ୱ ଚାମ୍ପିଅନସିପ୍ (୨୦୨୩-୨୫) ର ପଏଣ୍ଟ ଟେବୁଲରେ ଭାରତୀୟ ଦଳ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୮ ଟି ବିଜୟ, ୩ ପରାଜୟ ଏବଂ ଗୋଟିଏ ଡ୍ର ସହିତ ୧୨ଟି ମ୍ୟାଚରୁ ୯୮ ପଏଣ୍ଟ ପାଇଛନ୍ତି । ଶତକଡା ୬୮.୦୬ ପ୍ରତିଶକ ଅଙ୍କ ରହିଛି । WTC ଟେବୁଲରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଅଛି । କଙ୍ଗାରୁ ଦଳର ୧୨ଟି ମ୍ୟାଚରୁ ୮ ଟି ବିଜୟ, ତିନୋଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ୯୦ ପଏଣ୍ଟ ରହିଛି । 

ଟିମ୍‌ର ମୋଟ୍ ଅଙ୍କ ୬୨.୫୦ ପ୍ରତିଶତ । ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ତୃତୀୟ ସ୍ଥାନରେ ରହିଛି । ନଅ ମ୍ୟାଚ୍‌ରେ ଶ୍ରୀଲଙ୍କାରେ ୫୫.୫୬ ପ୍ରତିଶତ ମାର୍କ ଏବଂ ୬୦ ପଏଣ୍ଟ ରହିଛି । ଦକ୍ଷିଣ ଆଫ୍ରିକା ଚତୁର୍ଥ ସ୍ଥାନରେ, ନ୍ୟୁଜିଲ୍ୟାଣ୍ଡ ପଞ୍ଚମ ସ୍ଥାନରେ ଏବଂ ଇଂଲଣ୍ଡ ଷଷ୍ଠ ସ୍ଥାନରେ ରହିଛି। ବାଂଲାଦେଶ ସପ୍ତମ ସ୍ଥାନରେ ଥିବାବେଳେ ପାକିସ୍ତାନ ଅଷ୍ଟମ ଏବଂ ୱେଷ୍ଟଇଣ୍ଡିଜରେ ନବମ ସ୍ଥାନରେ ରହିଛି।

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.