କୋହଲିଙ୍କ ଲଗାତାର ଫ୍ଲପ ଶୋ', ଏମିତି ପରାମର୍ଶ ଦେଲେ ପୂର୍ବତନ ଭାରତୀୟ କ୍ରିକେଟର

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬/୧୦: ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମ୍ୟାଚ୍ ଚାଲିଛି । ମୁକାବିଲାରେ ଭାରତୀୟ ଟିମ୍‌ର ପ୍ରଦର୍ଶନ କିଛି ଠିକ୍ ନାହିଁ । ଭାରତ ନିଜ ପ୍ରଥମ ପାଳିରେ ୧୫୬ ରନ୍ କରିଥିଲା । ନ୍ୟିଜିଲାଣ୍ଡରେ ପ୍ରଥମ ପାଳିରେ ୨୫୯ ରନ୍ କରିଥିଲା । ପ୍ରଥମ ପାଳି ଆଧାରରେ ୧୦୩ ରନ୍‌ର ଲିଡ୍ ଥିଲା । 

ମୁକାବିଲାରେ ବିରାଟ କୋହଲିଙ୍କ ପ୍ରଦର୍ଶନ ବହୁତ ଖରାପ ଥିଲା । କିନ୍ତୁ ସେ ପ୍ରଥମ ଇଂନିସରେ ମାତ୍ର ୧ ରନ୍ କରିଥିଲେ । ଯାହାକି ଥିଲା ତାଙ୍କର ଲାଗାତାର ଫ୍ଲପ ଶୋ' । କୋହଲିଙ୍କ ମିଚେଲ ସାଣ୍ଟନର ପୁଲଟସ୍  ବଲ୍‌ରେ ବୋଲ୍ଟ ହୋଇଥିଲେ । ଆଉ ବିରାଟଙ୍କ ଏମିତି ଆଉଟ ହେବା ପରେ ଭଡକିଛନ୍ତି ଫ୍ୟାନ୍ସ ।  ଖାସ୍ କରି ଭାରତୀୟ କ୍ୟାପଟେନ୍ ଅନିଲ୍ କୁମ୍ୱଲେ ବଡ ବୟାନ ଦେଇଛନ୍ତି ।  

କୁମ୍ୱଲେ କହିଛନ୍ତି ଯଦି ବିରାଟ କୋହଲି ଟେଷ୍ଟ ଖେଳିବା ପୂର୍ବରୁ ଘରୋଇ କ୍ରିକେଟ ଖେଳିଥାନ୍ତେ ତେବେ ହୁେତ ଫାଇଦା ମିଳିଥାନ୍ତା । କହିବାକୁ ଗଲେ ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ବ୍ୟାଟର ବାଂଲାଦେଶ ସିରିଜ ପୂର୍ବରୁ ଦିଲ୍ଲୀପ ଟ୍ରଫିରୁ ବାହାରେ ହେବାର ନିଷ୍ପତ୍ତି ନେଇଥିଲେ । 

ଦେଖିବାକୁ ଗଲେ ୨୦୨୧ ରୁ ଏସିଆରେ କୋହଲି ସ୍ପିନ ବୋଲରଙ୍କ ବିପକ୍ଷରେ ଟେଷ୍ଟ ରେକର୍ଡରେ କିଛି ଖାସ୍ କରିନାହାଁନ୍ତି । ୨୧ ଥର ସେ ସ୍ପିନ ବୋଲରଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଏହାରି ଭିତରେ ୧୦ ମଉକାରେ ସେ ବାମହାତୀ ସ୍ପିନରଙ୍କ ବଲରେ ଆଉଟ ହୋଇଥିଲେ । 

 

  • Virat Kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.