ରିୟା ଚକ୍ରବର୍ତ୍ତୀଙ୍କୁ ବଡ ଆଶ୍ୱସ୍ତି, ଲୁକ୍ ଆଉଟ୍ ନୋଟିସ୍ ରଦ୍ଦ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | October 26, 2024 IST

ମୁମ୍ୱାଇ ୨୬/୧୦: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ରିୟାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଅଭିନେତ୍ରୀଙ୍କ ଉପରୁ ଉଠିଛି ଲୁକ ଆଉଟ ନୋଟିସ । 

ସୂଚନାଥାଉକି, ଅନୁସାରେ ରିଆ ଓ ତାଙ୍କ ଭାଇ ସୌଭିକଙ୍କ ଉପରୁ ଲୁକ ଆଉଟ ନୋଟିସ ରଦ୍ଧ କରିଥିଲେ । ଯାହାକୁ ବିରୋଧ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଶୁଶାଣୀ ସମୟରେ କୋର୍ଟ ସିବିଆଇ ଉପରେ ବର୍ଷିଛନ୍ତି  । ୨୦୨୦ ମସିହାରେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିଆ, ଭାଇ ସୌଭିକ ଓ ବାପାମାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲେ ।

ରିୟାଙ୍କ ପିଟିସନରେ ଫେବୃଆରୀରେ ବମ୍ବେ ହାଇକୋର୍ଟ ସିବିଆଇର ଲୁକ୍ ଆଉଟ୍ ସର୍କୁଲାରକୁ ବାତିଲ କରିଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି । 

୨୦୨୦ ମସିହାରେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାଙ୍କ ଉପରେ ଏକ ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହୋଇଥିଲା । ଏହାକୁ ଜାରି କରିବା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ ଅଭିନେତ୍ରୀ ଏବଂ ତାଙ୍କ ପରିବାର ଅନୁସନ୍ଧାନକାରୀ ସଂସ୍ଥା ସହିତ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.