ପୁଣେ ଟେଷ୍ଟରେ ଚାଲିପାରିଲାନି ଷ୍ଟାର କ୍ରିକେଟରଙ୍କ ବ୍ୟାଟ୍, କମାଲ କଲେ କିଓ୍ୱି ସ୍ପିନର ସାଣ୍ଟନର

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬/୧୦: ଭାରତ-ନ୍ୟୁଜିଲାଣ୍ଡର ଚତୁର୍ଥ ଟେଷ୍ଟର ଆଜି ତୃତୀୟ ଦିନ । ପୁଣେରେ ଚାଲିଛି ମାହା ମୁକାବିଲା । ୨୪ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଏହି ଖେଳ । ତେବେ ଆରମ୍ଭରୁ ତିଷ୍ଠି ପାରିନଥିଲେ ଭାରତୀୟ ବ୍ୟାଟର । କିଓ୍ୱି ବୋଲରଙ୍କ ବଲର ଶିକାର ହୋଇ କାମୁଡିଥିଲେ ମାଟି । ଖାସ୍ କରି ସାଣ୍ଟନରଙ୍କ ସ୍ପିନ୍ ବଲରେ ଘାଇଲା ହୋଇଥିଲେ ଷ୍ଟାର କ୍ରିକେଟର । 

୨୫ ଅକ୍ଟୋବର ଦ୍ୱିତୀୟ ଦିନରେ ଚାଲିପାରିନଥିଲା ବ୍ୟାଟରଙ୍କ ଯାଦୁ । ୨୫୯ ରନ୍‌ରେ ସୀମିତ ଥିଲା ନ୍ୟୁଜିଲାଣ୍ଡ ପାଳି । ଜବାବରେ ଭାରତୀୟ ଖେଳାଳିଙ୍କ ହାଲତ ହୋଇଥିଲା ଖରାପ୍ । ୮୧ ରନ୍‌ ଭିତରେ ଭାରତ ହରାଇଥିଲା ୬ ଓ୍ୱିକେଟ । ଏହାରି ଭିତରେ ହିରୋ ସାଜିଥିଲେ ନ୍ୟୁଜିଲାଣ୍ଡର ସ୍ପିନର ମିଚେଲ୍ ସାଣ୍ଟନର । ଯିଏ ପ୍ରଥମ ପାଳିରେ ୫୩ ରନ୍ କରି ୭ ଓ୍ୱିକେଟ ନେଇଥିଲେ । 

ସାଣ୍ଟନର ୭ ଓ୍ୱିକେଟ ମଧ୍ୟରେ ଶୁଭମନ ଗିଲ୍, ସରଫରାଜ ଖାନ୍, ଜାଡେଜା, କୋହଲି, ଅଶ୍ୱିନ, ବୁମରାହ, ଆକାଶ ଦୀପଙ୍କ ଭଳି ଖେଳାଳିଙ୍କୁ କରିଥିଲେ ଆଉଟ୍ । ନ୍ୟୁଜିଲାଣ୍ଡ ଟିମ୍‌ରୁ ଗ୍ଲେନ୍ ଫିଲିପ୍ସ ୨, ଟିମ୍ ସାଉଦିଙ୍କୁ ମିଳିଥିଲା ଗୋଟିଏ ସଫଳତା । ଭାରତୀୟ ଟିମ୍ ତରଫରୁ ରବୀନ୍ଦ୍ର ଜାଡେଜା ସର୍ବାଧୀକ ୩୮ ରନ୍ କରିଥିଲେ । ସେହିଭଳି ଯଶସ୍ୱୀ ଜୟସଓ୍ୱାଲ ଏବଂ ଗିଲ୍‌ଙ୍କ ଅବଦାନ ଥିଲା ୩୦-୩୦ । 

କହିରଖୁୁ ଯେ, ମିଚେଲ୍‌ଙ୍କୁ ବେଙ୍ଗାଲୁରୁ ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ୍‌ରେ ମିଳିନଥିଲା ଚାନ୍ସ । ତାଙ୍କୁ ମ୍ୟାଚ୍‌ରେ ଆହତ ଖେଳାଳିଙ୍କ ସ୍ଥାନରେ ଖେଳିବାର ମୌକା ମିଳିଥିଲା । ଯିଏ କି ବେଙ୍ଗାଲୁରୁ ଟେଷ୍ଟରେ ନେଇଥିଲେ ୮ ଓ୍ୱିକେଟ୍ ।  କହିବାକୁ ଗଲେ ସାଣ୍ଟନର ଆଇପିଏଲ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ତରଫରୁ ଖେଳୁଛନ୍ତି । ୧୮ ତମ ଆଇପିଏଲ୍‌ ମ୍ୟାଚ୍‌ରେ ୧୫ ଓ୍ୱିକେଟ ନେଇସାରିଛନ୍ତି । ତାଙ୍କ ନାଁରେ ୭୦ ରନ ବି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.