IPL ନିଲାମ ପୂର୍ବରୁ ପନ୍ତଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା, କହିଲେ ଦିଲ୍ଲୀ ଛାଡିବାର କାରଣ

Published By : Prameya-News7 Bureau | November 19, 2024 IST

ନୂଆଦିଲ୍ଲୀ ୧୯/୧୧: ଆଇପିଏଲ ୨୦୨୫ ନିଲାମ ପୂର୍ବରୁ ମୁହଁ ଖୋଲିଲେ କ୍ରିକେଟର ଋଷଭ ପନ୍ତ । କାହିଁକି ଦିଲ୍ଲୀ କ୍ୟାପିଟାଲ୍ସରୁ ଅଲଗା ହେଲେ । ସେ ନେଇ ଖୁଲାସା କରିଛନ୍ତି ପନ୍ତ । ଆଉ ଦୀର୍ଘଦିନ ଧରି ଚାଲିରହିଥିବା କଳ୍ପନା ଜଳ୍ପନାରେ ପକାଇଛନ୍ତି ପୂର୍ଣ୍ଣଛେଦ । ସେ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ସେ, ଟଙ୍କା ପାଇଁ ସେ ଦଳ ଛାଡିନାହାଁନ୍ତି । 

ଗଣାମାଧ୍ୟମକୁ ପ୍ରତିକ୍ରିୟା ଦେଇ ପନ୍ତ ସୁନୀଲ ଗାଭାସ୍କରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । କହିବାକୁ ଗଲେ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ରିଟେନ୍‌ କରି ନଥିଲା। ପନ୍ତ ଦଳର ଅଧିନାୟକ ଥିଲେ ଏବଂ ଦୁନିଆର ସର୍ବୋତ୍ତମ ୱିକେଟ୍ କିପର ଭାବରେ ବିବେଚିତ ହୋଇଥିଲେ। ଏହା ପରେ ମଧ୍ୟ ଫ୍ରାଞ୍ଚାଇଜ୍ ତାଙ୍କୁ ରିଟେନ୍‌ କରିନଥିଲା। ବର୍ତ୍ତମାନ ପନ୍ତ ଆଇପିଏଲ ୨୦୨୫ ର ମେଗା ନିଲାମରେ ଅଂଶଗ୍ରହଣ କରିବେ। 


ସୂଚନା ଥାଉକି, ଗତ କିଛିଦିନ ତଳେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟର ସୁନୀଲ ଗାଭାସ୍କରଙ୍କ କହିଥିଲି କି, ଟଙ୍କା ପାଇଁ ଦିଲ୍ଲୀ ଏବଂ ପନ୍ତଙ୍କ ରାସ୍ତା ଅଲଗା ହୋଇଛି ବୋଧେ । ସେ କହିଥିଲେ 'ବେଳେବେଳେ ଜଣେ ଖେଳାଳିଙ୍କୁ ରିଟେନ୍‌ କରିବାକୁ ହୁଏ, ସେତେବେଳେ ଫ୍ରାଞ୍ଚାଇଜ ଏବଂ ଖେଳାଳିଙ୍କ ମଧ୍ୟରେ ଫି ବିଷୟରେ ଆଲୋଚନା ହୁଏ । 

ଆପଣ ଯେପରି ଦେଖିଥିବେ, କିଛି ଖେଳାଳିଙ୍କୁ ନମ୍ବର ୧ ରିଟେନ୍‌ ଫି ଠାରୁ ଅଧିକ ଟଙ୍କା ମିଳିଥାଏ । ତେଣୁ ମୁଁ ଭାବୁଛି ବୋଧହୁଏ ପନ୍ତ ଓ ଦିଲ୍ଲୀ ମଧ୍ୟରେ କିଛି ମତଭେଦ ରହିଥିଲା । କିନ୍ତୁ ମୁଁ ଭାବୁଛି ଦିଲ୍ଲୀ ନିଶ୍ଚିତ ଭାବରେ ଋଷଭ ପନ୍ତଙ୍କୁ ଫେରାଇବାକୁ ଚାହିଁବ କାରଣ ଦଳକୁ ଜଣେ ଅଧିନାୟକର ଆବଶ୍ୟକତା ରହିଛି । 


ତେବେ ଋଷଭ ପନ୍ତ ନିଜେ ସୁନୀଲ ଗାଭାସ୍କରଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପନ୍ତ ରିଟେନ ଏବଂ ନିଲାମ ବିଷୟରେ କିଛି କହିନାହାଁନ୍ତି କିନ୍ତୁ ଏଥର ସେ ନୀରବତା ଭାଙ୍ଗିଛନ୍ତି। ଏକ୍ସ ରେ ସେୟାର ହୋଇଥିବା ଭିଡିଓରେ ପନ୍ତ ଲେଖିଛନ୍ତି ଯେ, ମୋର ରିଟେନ୍ସନ୍‌ ଟଙ୍କାକୁ ନେଇ ନୁହେଁ । ବରଂ ଅଲଗା କିଛି କାରଣକୁ ନେଇ । 

କହିବାକୁ ଗଲେ ଋଷଭ ପନ୍ତ ୨୦୧୬ ଠାରୁ ଆଇପିଏଲରେ ଖେଳୁଛନ୍ତି। ସେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ଡେବ୍ୟୁ କରିଥିଲେ। ସେବେଠାରୁ ପନ୍ତ ପ୍ରତ୍ୟେକ ନିଲାମରେ ଦିଲ୍ଲୀ ସହିତ ରହିଥିଲେ। ଫ୍ରାଞ୍ଚାଇଜ୍ ୨୦୨୧ ସିଜନରେ ପନ୍ତଙ୍କୁ ଏହାର ଅଧିନାୟକ କରିଥିଲା । ହେଲେ ଦୁର୍ଘଟଣା ହେତୁ ଗୋଟିଏ ସିଜନ୍‌ ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ପରେ ମଧ୍ୟ ଫ୍ରାଞ୍ଚାଇଜ୍ ତାଙ୍କୁ ରିଟେନ୍‌ କରିଥିଲା ।

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.