ବେଙ୍ଗାଲୁରୁ ୧୬।୧୧: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଗତ ଜୁଲାଇ ମାସରେ ପୃଥିବୀରୁ ପାଖାପାଖି ୩୬ ହଜାର କିଲୋମିଟର ଦୂର ଅନ୍ତରୀକ୍ଷରେ ପହଞ୍ଚାଇଥିବା ରକେଟ୍ ଏଲଭିଏମ-୩ ଏମ-୪ କ୍ରାୟୋଜନିକ ୫ ମାସ ପରେ ପୃଥିବୀ ପୃଷ୍ଠକୁ ଫେରିଆସିଛି। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଗୁରୁବାର ଏହି ସୂଚନା ଦେଇଛନ୍ତି। ଇସ୍ରୋଙ୍କ ସୂଚନା ଅନୁସାରେ ବୁଧବାର ରାତି ପାଖାପାଖି ସାଢେ ୨ଟା ବେଳେ ରକେଟର ଏକ ଅଂଶ ଅନିୟନ୍ତ୍ରିତ ହୋଇ ଆମେରିକା ନିକଟବର୍ତ୍ତି ପ୍ରଶାନ୍ତ ମହାସାଗରରେ ଖସିଛି।
ଇସ୍ରୋ କହିଛନ୍ତି ଯେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିନଥାନ୍ତା। ପ୍ରଶାନ୍ତ ମହାସାଗରରେ ଖସିଥିବା ରକେଟ୍ ଏଲଭିଏମ-୩ ଏମ-୪ କ୍ରାୟୋଜନିକର ଏକ ଉପର ଅଂଶ ଥିଲା। ଇସ୍ରୋ କହିଛନ୍ତି ଯେ ରକେଟର ଏହି ଅଂଶ ଚନ୍ଦ୍ରଯାନ-୩କୁ ଏହାର କକ୍ଷପଥରେ ସ୍ଥାପିତ କରିଥିଲା। ଏହା ପରେ ରକେଟ୍ ପୃଥିବୀକୁ ପରିକ୍ରମଣ କରି ବାୟୁମଣ୍ଡଳ ନିକଟତର ହେବା ସହ ପୃଥିବୀକୁ ପ୍ରବେଶ କରିଯାଇଥିଲା। ଇସ୍ରୋ କହିଛନ୍ତି ଯେ ୧୫ନଭେମ୍ବର ୨୦୨୩ ରାତ୍ରି ପ୍ରାୟ ୨ଟା ୪୫ ମିନିଟ୍ରେ ଏହା ଆମେରିକା ଉପକୂଳରୁ ଦୂରରେ ଉତ୍ତର ପ୍ରଶାନ୍ତ ମହାସାଗରରେ ପଡିଛି।
{"id":870578,"sizeSlug":"full","linkDestination":"none"}ନର୍ଥ ଆମେରିକାନ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ ଏହାକୁ ଟ୍ରାକ୍ କରୁଥିଲା। ଏହାର ଟ୍ରାକିଂ ପରେ ଇସ୍ରୋ ସହିତ କଥାବାର୍ତ୍ତା କରି ମହାକାଶରୁ ପୃଥିବୀକୁ ଫେରୁଥିବା ବସ୍ତୁକୁ ଚିହ୍ନଟ କରାଯାଇଥିଲା। ଏହା ଚନ୍ଦ୍ରଯାନ-୩ର ରକେଟ ବୋଲି ଇସ୍ରୋ ପୁଷ୍ଟି କରିଥିଲେ। ଇସ୍ରୋ ଇଣ୍ଟର ଏଜେନ୍ସୀ ସ୍ପେସ୍ ଡେବ୍ରି କୋ-ଅର୍ଡିନେସନ କମିଟି (ଆଇଏଡିସି)କୁ ମଧ୍ୟ ଏହା ସୂଚିତ କରିଛନ୍ତି। ଏଥିରେ ପୃଥିବୀ ନିମ୍ନ କକ୍ଷରୁ କୌଣସି ଜିନିଷକୁ ଫେରିବା ପାଇଁ ୧୨୪ ଦିନ ସମୟ ଲାଗିଥାଏ ବୋଲି କହିଛନ୍ତି। ଏଲଭିଏମ-୩ ଏମ-୪ କ୍ରାୟୋଜନିକ ମଧ୍ୟ ପାଖାପାଖି ୧୨୪ ଦିନ ପରେ ପୃଥିବୀକୁ ଫେରିଛି।
ତେବେ ଏହା ପୃଥିବୀକୁ ଫେରିବା ବେଳେ କୌଣସି ପ୍ରକାରର କ୍ଷୟକ୍ଷତି ରୋକିବା ପାଇଁ ରକେଟର ଉପର ଅଂଶକୁ ଅନ୍ତରୀକ୍ଷରେ ପ୍ୟାସିଭେସନ କରିଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ୟାସିଭେସନ ରକେଟରୁ ଫୁଏଲ ବାହାର କରିବାର ଏକ ପ୍ରକ୍ରିୟା। ରିପୋର୍ଟ ଅନୁସାରେ ଚନ୍ଦ୍ରଯାନ ରକେଟ୍ ଏଲଭିଏମ-୩ ଏମ-୪ କ୍ରାୟୋଜନିକର ଉପର ଅଂଶ ୪୪ ଫୁଟ ଲମ୍ବ ହୋଇଥିବା ବେଳେ ଗୋଲେଇ ୧୩ଫୁଟ ଥିଲା। ଏଥିରେ ୨୮ ମେଟ୍ରିକ୍ ଟନ୍ ଫୁଏଲ ଭରାଯାଇଥିଲା। ତେବେ ଏହାକୁ ଇକୋ ଫ୍ରେଣ୍ଡଲୀ ପ୍ରସ୍ତୁତ କରାଯାଇଥିଲା।
ଚନ୍ଦ୍ରରେ ଜୋରଦାର ଥିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ, ଅବତରଣ ସ୍ଥଳ ସମ୍ପର୍କରେ ସୂଚନା ଦେଲେ ISRO