ନୂଆଦିଲ୍ଲୀ ୧୦/୦୨: ଭାରତ-ଇଂଲଣ୍ଡ ମଧ୍ୟରେ ସରିଛି ଦ୍ୱିତୀୟ ODI ମୁକାବିଲା । ସିରିଜର ଏହି ହେଭିଓ୍ୱେଟ୍ ମୁକାବିଲା ଖେଳାଯାଇଥିଲା ବାରବାଟୀରେ । ତେବେ ଏହି ମ୍ୟାଚ୍ ଜରିଆରେ ଜବରଦସ୍ତ କମ୍ବ୍ୟାକ୍ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ୯ ଫେବୃୟାରୀରେ ଖେଳାଯାଇଥିବା ମୁକାବିଲାରେ ଭାରତକୁ ଇଂଲଣ୍ଡକୁ ଦେଇଥିଲା ୩୦୫ ରନ୍ର ଟାର୍ଗେଟ । ଆଉ ଟାର୍ଗେଟକୁ ପିଛା କରି କ୍ୟାପଟେନ୍ ରୋହିତ ଶର୍ମା ଖେଳିଥିଲେ ଜବରଦସ୍ତ ପାଳି ।
ରୋହିତ ଦ୍ରୁତ ବୋଲର ଶାକିବ ମହମ୍ମୁଦ ଏବଂ ଗସ ଏଣ୍ଟିକସନଙ୍କୁ ଧୂମ ଛେଛିଥିଲେ । ରୋହିତ ଆରମ୍ଭରୁ ୮ ଓଭରରେ ୪ ଛକ୍କା ମାରିଥିଲେ । ରୋହିତ ଶର୍ମା ଏହି ମ୍ୟାଚ୍ରେ ପ୍ରଥମ ଛକା ସୃଷ୍ଟି କରିଥିଲେ ନୂଆ ରେକର୍ଡ । ନିଜ ନାଁରେ ରଚିଥିଲେ ନୂଆ କୀର୍ତ୍ତିମାନ । ରୋହିତ ଶର୍ମା ଦିନିକିଆ ଅନ୍ତରାଷ୍ଟ୍ରୀୟେ ସବୁଠୁ ଅଧିକ ଛକା ମାରିଥିବା ଖେଳାଳି ତାଲିକାରେ ନିଜକୁ ସାମିଲ କରିଥିଲେ ।
ରୋହିତ ଏହି ରେକର୍ଡ କରିବା ସହ ଓ୍ୱେଷ୍ଟଇଣ୍ଡିଜ୍ର ପୂର୍ବତନ କ୍ୟାପଟେନ୍ କ୍ରିସ୍ ଗେଲ୍ଙ୍କୁ ପଛରେ ପକାଇଥିଲେ । ଯିଏକି ଦିନିକିଆ ଅନ୍ତରାଷ୍ଟ୍ରୀୟରେ ୩୩୧ ଛକା ମାରିଥିଲେ । ସେହିଭଳି ପାକିସ୍ତାନର ପୂର୍ବ କ୍ୟାପଟେନ୍ ଶାହିଦ୍ ଆଫ୍ରିଦୀ ୩୫୧ ଛକା ମାରି ଟପ୍ରେ ଅଛନ୍ତି ।
ଦିନିକିଆ ଅନ୍ତରାଷ୍ଟ୍ରୀୟରେ ସର୍ବାଧିକ ଛକା:
୩୫୧ -ଶାହିଦ୍ ଆଫ୍ରିିଦୀ
୩୩୫-ରୋହିତ ଶର୍ମା
୩୩୧-କ୍ରିସ୍ ଗେଲ୍
୨୭୦-ସନଥ ଜୟସୁରୟା
୨୨୯-ଏମ୍ଏସ୍ ଧୋନୀ
୨୨୦-ଇୟୋନ ମାର୍ଗନ
also read...
ହର୍ଷିତଙ୍କ ଉପରେ ରାଗିଗଲେ କ୍ୟାପଟେନ୍ ରୋହିତ, କହିଲେ ଏମିତି...