ବଡ଼ ଇନିଂସ ଖେଳି ପାରିଲେ ନାହିଁ ରୋହିତ; ଜୈସ୍ବାଲ, ପନ୍ତ ଓ ଗିଲ୍ ମଧ୍ୟ ଫେଲ୍, ସାର୍ ଜାଡେଜାଙ୍କୁ ୧୨ ଓ୍ବିକେଟ୍

Published By : Prameya-News7 Bureau | January 24, 2025 IST

ମୁମ୍ବାଇ: ରଣଜୀ ଟ୍ରଫି ମୁକାବିଲାରେ ଫେଲ୍ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର । ଅଧିନାୟକ ରୋହିତ୍ ଶର୍ମାଙ୍କ ସମେତ ଯଶସ୍ବୀ ଜୈସ୍ବାଲ, ରିଷଭ ପନ୍ତ, ଶୁବମନ ଗିଲ୍ ଆଦି ଅଧିକାଂଶ ଖେଳାଳି ବିଫଳ ହୋଇଛନ୍ତି । ମାତ୍ର ରବୀନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆର ଏକମାତ୍ର ପ୍ଲେୟାର ଭାବେ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସାର୍ ଜାଡେଜା ମୋଟ୍ ୧୨ଟି ଓ୍ବିକେଟ୍ ନେଇଛନ୍ତି । 

ଭାରତୀୟ ଦଳର ଅଧିନାୟକ ରୋହିତ୍ ଶର୍ମା ଏକ ଦଶନ୍ଧି ପରେ ଘରୋଇ କ୍ରିକେଟ୍ ଖେଳିଛନ୍ତି । ମୁମ୍ବାଇ ଏବଂ ଜାମ୍ମୁ-କାଶ୍ମୀର ମଧ୍ୟରେ ଜାରି ରହିଥିବା ରଣନୀ ମୁକାବିଲାରେ ଯଶ୍ବସୀ ଜୈସ୍ବାଲଙ୍କ ସହିତ ଓପନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ପ୍ରଥମ ଇନିଂସରେ ସମ୍ପୂର୍ଣ୍ଣ ଭାବେ ଫେଲ୍ ହୋଇଥିଲେ ହିଟମ୍ୟାନ୍ । ପ୍ରଥମ ପାଳିରେ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ । ଦ୍ବିତୀୟ ଇନିଂସରେ ରୋହିତଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇଥିଲା । ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ, ମାତ୍ର ସେ ଅଧିକ ସମୟ କ୍ରିଜରେ ରହିପାରିନଥିଲେ । ରୋହିତ ଶର୍ମା ୩୫ଟି ବଲ୍ ଖେଳି ୨୮ ରନ ସଂଗ୍ରହ କରିଥିଲେ । ଏଥିରେ ତିନୋଟି ଛକା ଏବଂ ୨ଟି ଚୌକା ରହିଛି । ନ୍ୟୁଜିଲାଣ୍ଡ ବିରୋଧରେ ସର୍ବାଧିକ ସ୍କୋର ୫୨ ପରେ ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ସର୍ବଶ୍ରେଷ୍ଠ ସ୍କୋର । ହେଲେ ଏହି ରଣଜୀ ମୁକାବିତାରେ ରୋହିତ୍ ତାଙ୍କର ବାସ୍ତବିକ୍ ଖେଳ ଖେଳିଥିଲେ । ଏହା ଇଂଲଣ୍ଡ ବିରୋଧ ଦିନିକିଆ ଏବଂ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କୁ ସହାୟକ ହେବ । 

ରୋହିତ୍ ନୁହେଁ ଟିମ୍ ଇଣ୍ଡିଆର ଧୂଆଁଦାର ଓପନର ଯଶ୍ବସୀ ଜୈଶ୍ବାଲ ମଧ୍ୟରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଫେଲ୍ ମାରିଛନ୍ତି । ସେ ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ବିତୀୟ ପାଳିରେ ୫୧ଟି ବଳ ଖେଳି ୨୬ ରନ ସଂଗ୍ରହ କରିଥିଲେ । ଜାମ୍ମୁ-କାଶ୍ମୀରର ଫାଷ୍ଟ ବୋଲର ୟୁଦ୍ଧବୀର ସିଂହ ଉଭୟ ରୋହିତ୍ ଏବଂ ଜୈଶ୍ବାଲଙ୍କୁ ଆଉଟ୍ କରିଥିଲେ । 

ସେପଟେ ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ-ଡିରେ ସୌରାଷ୍ଟ୍ର ଟିମ୍ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇଛି । ସୌରାଷ୍ଟ୍ରର ବିଜୟ ବାହାକ ଥିଲେ ଅଲରାଣ୍ଡର ରବୀନ୍ଦ୍ର ଜାଡେଜା । ଦୁଇଟି ଇନିଂସରେ ଜାଡେଜା ମୋଟ୍ ୧୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ପ୍ରଥମ ପାଳିରେ ପାଞ୍ଚ ଓ୍ବିକେଟ୍ ଏବଂ ଦ୍ବିତୀୟ ଇନିଂସରେ ୭ଟି ଓ୍ବିକେଟ୍ ନେଇ ଦିଲ୍ଲୀ ଟିମର ବ୍ୟାଟିଂ ଲାଇନ୍ ଅପ୍ ଧ୍ବସ୍ତ କରି ଦେଇଥିଲେ । ଦିଲ୍ଲୀ ପ୍ରଥମ ଇନିଂସରେ ୧୮୮ ରନ ସଂଗ୍ରହ କରିଥିଲା । ହେଲେ ସୌରାଷ୍ଟ୍ର ଦଳ ପ୍ରଥମ ଇନିଂସରେ ୨୭୧ କରି ଦିଲ୍ଲୀକୁ ୮୩ ରନର ଲିଡ୍ ଦେଇଥିଲା । ଦ୍ବିତୀୟ ପାଳି ମଧ୍ୟରେ ଚମତ୍କାର ବୋଲିଂ କରିଥିଲେ ସାର୍ ଜାଡେଜା । ସେ ୭ଟି ଓ୍ବିକେଟ୍ ନେଇ ଦିଲ୍ଲୀ ଟିମକୁ ମାତ୍ର ୯୪ ରନରେ ଅଲଆଉଟ୍ କରି ଦେଇଥିଲେ । ଫଳରେ ସୌରଷ୍ଟ୍ରକୁ ବିଜୟ ପାଇଁ ମାତ୍ର ୧୨ ଲକ୍ଷ୍ୟ ମିଳିଥିଲା । ଜାଡେଜାଙ୍କ ଟିମ୍ ଏହାକୁ ସହଜରେ ହାସଲ କରି ନେଇଥିଲା । ଏହି ମ୍ୟାଚରେ ରିଷଭ ପନ୍ତ ପ୍ରଥମ ଏବଂ ଦ୍ବିତୀୟ ଇନିଂସରେ ଯଥାକ୍ରମେ ୧ ଏବଂ ୧୭ ରନ କରିଥିଲେ । ସେହିପରି ଶବମନ ଗିଲ୍ ମଧ୍ୟ ରଣଜୀ ଟ୍ରଫି ମ୍ୟାଚରେ ଫେଲ୍ ମାରିଛନ୍ତି ।...        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.