ସଂଘ ଏବେ ବଦଳି ଯାଇଛି, ମୋହନ ଭାଗବତଙ୍କ ବୟାନକୁ ନେଇ କ୍ଷୁବ୍ଧ ରାମଭଦ୍ରାଚାର୍ଯ୍ୟ

Published By : Prameya-News7 Bureau | December 25, 2024 IST

abp live

ନୂଆଦିଲ୍ଲୀ: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସଂଘ ପ୍ରମୁଖ ମୋହନ ଭାଗବତଙ୍କ ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାଗବତ ଦାୟିତ୍ଵହୀନ ମନ୍ତବ୍ୟ ଦେଇଛନ୍ତି। ମୁଁ ହିନ୍ଦୁ ଧର୍ମର ଆଚାର୍ଯ୍ୟ, ମୁଁ ହିଁ ଜଗଦଗୁରୁ। ଏଥିପାଇଁ ହିନ୍ଦୁ ଧର୍ମ ଉପରେ ଅନୁଶାସନ ମୋର ହେବ। ମୋହନ ଭାଗବତ ଏକ ସଂଗଠନର ପ୍ରମୁଖ। ତାଙ୍କୁ ଏହି ଧରଣର ବୟାନ ଦେବା ଉଚିତ୍ ନୁହେଁ। କେବଳ ଏତିକି ନୁହେଁ ପ୍ରଥମେ ସଂଘ କିଛି ଥିଲା ଏବଂ ଏବେ ପୂରା ବଦଳି ଯାଇଥିବା ରାମଭଦ୍ରାଚାର୍ଯ୍ୟ କହିଛନ୍ତି।

ସେ କହିଛନ୍ତି, ଆମେ ମନ୍ଦିରର ସନ୍ଧାନ କରୁନୁ। ଯେଉଁ ଯେଉଁଠି ସର୍ଭେ ଆଧାରରେ ମନ୍ଦିର ମିଳୁଛି, ସେଠାରେ ମନ୍ଦିର ରହୁ ବୋଲି ଆମେ ଦାବି କରୁଛୁ। ଅଧିକାର ମାଗିବା କୌଣସି ପାପ ନୁହେଁ। ଆମେ କୌଣସି ପାପ କରିନୁ। 

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପରେ କିଛି ଲୋକ ହିନ୍ଦୁ ପ୍ରସଙ୍ଗ ଉଠାଇ ନେତା ହେବାକୁ ଚାହାନ୍ତି। ଆମେ ନେତା ହେବାକୁ ଚାହୁଁନୁ। ନା ଆମକୁ ନେତା ହେବାର ଅଛି। ଆମେ ନିଜର ଅଧିକାର ପାଇଁ ସଂଘର୍ଷ କରୁଛୁ ଏବଂ କରି  ଚାଲିବୁ। ଏମିତି ହାଲୁକା ଶବ୍ଦାବଳୀର ପ୍ରୟୋଗ ଆରଏସଏସ ପ୍ରମୁଖଙ୍କୁ କରିବା ଉଚିତ୍ ନୁହେଁ। 

Also read: ଆତିଶୀଙ୍କ ଗିରଫଦାରୀ ନେଇ ଚାଲିଛି ପ୍ରସ୍ତୁତି, କେଜ୍ରିଓ୍ୱାଲଙ୍କ ବଡ ଖୁଲାସା

ସମ୍ଭଲରେ ପଥରମାଡ଼ ଉପରେ ରାମଭଦ୍ରାଚାର୍ଯ୍ୟ କହିଛନ୍ତି, ସମ୍ଭଲରେ ଯେବେ ସର୍ଭେ ହେଲା ସେହି ସମୟରେ ମୁଁ କହିଥିଲି ଯେ, ମନ୍ଦିର ଆମକୁ ମିଳିବା ଉଚିତ୍। ଉପଦ୍ରବୀମାନେ ହିନ୍ଦୁଭାଇମାନଙ୍କ ଉପରେ ପଥରମାଡ଼ କଲେ। ଆମେ ତ କେବେ ସେମାନଙ୍କ ମସଜିଦ ଭାଙ୍ଗିନୁ। ସେମାନେ ଆମର ୩୦ ହଜାର ମନ୍ଦିର ଭାଙ୍ଗିଛନ୍ତି। 

ସେ ଏହା ମଧ୍ୟ କହିଛନ୍ତି, ଯେଉଁ ଯେଉଁଠି ସର୍ଭେରେ ମନ୍ଦିର ମିଳିବ, ସେଠାରେ ଆମେ ନିଜର ଦାବି ଦୋହରାଇବୁ। ଆମେ କାହାକୁ ଉସୁକାଉନୁ। ଆମେ ଏମିତି ସଂଘର୍ଷ ପାଇଁ କହୁନୁ। ଆତ୍ମରକ୍ଷା ସଭିଙ୍କ ଅଧିକାର। ହିନ୍ଦୁଙ୍କୁ ମଧ୍ୟ ଆତ୍ମରକ୍ଷା କରିବାକୁ ପଡ଼ିବ। ହିନ୍ଦୁର ଭଉଣୀ ଝିଅଙ୍କ ସହ କେତେ ଅତ୍ୟାଚାର ହୋଇଛି ? ହିନ୍ଦୁଙ୍କୁ ଜାଗିବାକୁ ପଡ଼ିବ। ଆମକୁ ଆତ୍ମରକ୍ଷା କରିବାକୁ ପଡ଼ିବ ବୋଲି ରାମଭଦ୍ରାଚାର୍ଯ୍ୟ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ମୁସଲିମ ମଧ୍ୟ ଭାରତରେ ରୁହନ୍ତୁ। ଆମେ କେବି ବି କହିନୁ ଯେ, ଏହା ତାଙ୍କର ଦେଶ ନୁହେଁ। ମାତ୍ର ସେମାନେ ହିନ୍ଦୁଙ୍କ ଅସ୍ଥିତ୍ଵ ସମାପ୍ତ କରି ଏଠାରେ ରହି ପାରିବେ ନାହିଁ। ମୁସଲିମଙ୍କୁ ମଧ୍ୟ ନିଜର ବଡ଼ ହୃଦୟ ଦେଖାଇବାକୁ ପଡ଼ିବ। ସେମାନଙ୍କୁ ଆମର ମନ୍ଦିର ଦେବାକୁ ପଡ଼ିବ। 

Also read: ହାଇଦ୍ରବାଦ୍‌ରେ ସବୁଠାରୁ ଅଧିକ ଯାତ୍ରୀ ଗସ୍ତ: ତୀର୍ଥ କ୍ଷେତ୍ରରେ ଲୋକଙ୍କ ପସନ୍ଦ ପୁରୀ ଓ ବାରାଣସୀ

ସୂଚନାଯୋଗ୍ୟ, ଡିସେମ୍ବର ୧୯, ଗୁରୁବାର ପୁଣେରେ ଆୟୋଜିତ ‘ହିନ୍ଦୁ ସେବା ମହୋତ୍ସବ’ର ଉଦଘାଟନ ସମୟରେ ଆରଏସ୍‌ଏସ ମୁଖ୍ୟ ମୋହନ ଭାଗବତ କହିଥିଲେ, ରାମ ମନ୍ଦିର ଲାଗି ହିନ୍ଦୁଙ୍କ ମନରେ ଶ୍ରଦ୍ଧା ରହିଛି । କିନ୍ତୁ ରାମ ମନ୍ଦିର ନିର୍ମାଣ ପରେ କିଛି ଲୋକଙ୍କୁ ଲାଗୁଛି ଅନ୍ୟ ସ୍ଥାନରେ ଏଭଳି ପ୍ରସଙ୍ଗ ଉଠାଇ ହିନ୍ଦୁଙ୍କ ନେତା ହୋଇପାରିବେ । ଏହା ସ୍ବୀକାର ଯୋଗ୍ୟ ନୁହେଁ । ଦେଶରେ ମନ୍ଦିର-ମସଜିଦକୁ ନେଇ ଅନେକ ପ୍ରସଙ୍ଗ ସାମ୍ନାକୁ ଆସୁଥିବା ବେଳେ ମୋହନ ଭାଗବତଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.