ମା'ଙ୍କ ଚିକିତ୍ସା ପାଇଁ ଚୋରି ନିଷ୍ପତ୍ତି ନେଇଥିଲା ସୈଫ୍‌ଙ୍କ ଆକ୍ରମଣକରୀ, ଧନୀ ଲୋକଙ୍କୁ ଲୁଟିବାର ଥିଲା ଯୋଜନା

Published By : Prameya-News7 Bureau | January 23, 2025 IST

ମୁମ୍ଵାଇ ୨୩।୦୧; ଆକ୍ରମଣର ୫ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ବଲିଉଡ ଷ୍ଟାର ସୈଫ ଅଲୀ ଖାନ୍ । ଜାନୁଆରି ୧୬ ତାରିଖରେ ସୈଫ ଅଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଅଭିନେତାଙ୍କ ଉପରେ ଛଅ ଥର ଆକ୍ରମଣ କରିଥିଲା। ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ମେରୁଦଣ୍ଡରେ ଲାଗିଥିବା ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡ ମଧ୍ୟ ବାହାର କରିଥିଲେ ବୋଲି ସୂଚନା ମିଳିଛି। ତେବେ ଚିକିତ୍ସା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ମଙ୍ଗଳବାର ସେ ଘରକୁ ଫେରିଥିଲେ।

ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେ‌ଳେ ଏବେ ଅଭିଯୁକ୍ତର ଏଭଳି ଉଦ୍ୟମ ପଛର କାରଣ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ନିଜ ମା’ଙ୍କ ଚିକିତ୍ସା ପାଇଁ ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଶରୀଫୁଲ ଇସଲାମ ଶହଜାଦ ଓରଫ ବିଜୟ ଦାସ ଚୋରି କରିବାକୁ ନିଷ୍ପତ୍ତି ନେଇଥିଲ‌ା। ଚାକିରି ଚାଲିଯିବା ପରେ ଟଙ୍କା ରୋଜଗାରର ଅନ୍ୟ କିଛି ବାଟ ନପାଇ ବିଜୟ ଏଭଳି କରିଥିବା ନେଇ ସାମ୍ନାକୁ ଆସିଛି। ଜଣେ ଧନୀ ବ୍ୟକ୍ତିଙ୍କୁ ଲୁଟିବା ପରେ ବାଙ୍ଗଲାଦେଶ ଫେରିଯିବାକୁ ଯୋଜନା କରିଥିଲା ଶରୀଫୁଲ। 

ସୂଚନା ମିଳିଛି ଯେ, ରେସ୍ତୋରାଁରେ କାମ କରି ୧୩,୦୦୦ପାଉଥିଲା ବିଜୟ। ମା’ଙ୍କ ଚିକିତ୍ସା ପାଇଁ ବାଂଲାଦେଶକୁ ୧୨,୦୦୦ ପଠାଇବା ସହ ନିଜ ପାଖରେ ୧ହଜାର ରଖୁଥିଲେ। ଜଣେ ଗ୍ରାହକଙ୍କ ହୀରା ମୁଦି ଚୋରି କରିବାରୁ ତାଙ୍କୁ ରେସ୍ତୋରାଁରୁ ବାହାର କରିଦିଆଯାଇଥିଲା। ଏହା ପରେ ତାଙ୍କ ପାଖରେ ଘରକୁ ପଠାଇବାକୁ ଆଉ ଟଙ୍କା ନଥିଲା। ଏହା ପରେ ସେ କୌଣସି ଧନୀ ବ୍ୟକ୍ତିଙ୍କୁ ଲୁଟିବେ ବୋଲି ଯୋଜନା କରିଥିଲେ।

ଜୀବନ ବଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ସୈଫ୍ ଅଲ୍ଲି ଖାନ, ଦେଲେ ୫୦ ହଜାର ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.