ସବ୍-ରେଜିଷ୍ଟାର ସୂର୍ଯ୍ୟନାରାୟଣ ସାମଲ ସସ୍‌ପେଣ୍ଡ; ଜମି ଜାଲିଆତି ମାମଲାରେ ରାଜସ୍ବ ବିଭାଗର ଆକ୍ସନ

Published By : Prameya-News7 Bureau | April 08, 2025 IST

ସମ୍ବଲପୁର; ସମ୍ବଲପୁର ସବ୍-ରେଜିଷ୍ଟ୍ରାର ସୂର୍ଯ୍ୟନାରାୟଣ ସାମଲ ନିଲମ୍ବିତ । ଜମି ଜାଲିଆତି ମାମଲାରେ ଆକ୍ସନ ନେଇଛି ରାଜସ୍ବ ବିଭାଗ । ଜାଲିଆତି କରି ଜମି ବିକ୍ରି କରିବାକୁ ଅନୁମତି ଦେଇଥିଲେ ସୂର୍ଯ୍ୟନାରାୟଣ ସାମଲ । ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇବା ସହ ନକଲି ଦଲିଲ ପ୍ରସ୍ତୁତ କରି ଜମି ପଞ୍ଜୀକରଣ କରିଥିଲେ । ଜାଲିଆତି ତଥ୍ୟ ସାମ୍ନାକୁ ଆସିବା ପରେ ସବ୍-ରେଜିଷ୍ଟ୍ରାର ସୂର୍ଯ୍ୟନାରାୟଣ ସାମଲଙ୍କୁ ଗିରଫ କରିଥିଲା ପୋଲିସ । ଆଜି ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରିଛି ରାଜସ୍ବ ବିଭାଗ । 

ମାର୍ଚ୍ଚ ୨୮ରେ ଜମିବାଡି ଚଞ୍ଚକତା ଅଭିଯୋଗରେ ସମ୍ବଲପୁର ଡିଏସଆରଙ୍କ ସମେତ ୨ଜଣ  ଗିରଫ ହୋଇଥିଲେ । ଟାଉନ ଥାନା ପୋଲିସ ଡିଏସଆର ସୂର୍ଯ୍ୟନାରାୟଣ ସାମଲ ଓ ଚନ୍ଦ୍ର ପ୍ରସାଦ ଡୁଙ୍ଗୁରିଆଙ୍କୁ ବାନ୍ଧିଥିଲା । ସୂଚନା ଅନୁଯାୟୀ, ନବ ଦାସଙ୍କ ପୁତୁରା ସମୀର ଦାସଙ୍କୁ କିଛି ଜମି ଦଲାଲ୍ ଚଞ୍ଚକତା କରି ବୁଢାରଜାର ଏକ ଜମି ବିକ୍ରି କରିଥିଲେ । ତେବେ ସମୀର ଦାସଙ୍କ ବାପା ବ୍ରଜ୍ ଦାସଙ୍କୁ ଏହି ଘଟଣାରେ ସନ୍ଦେହ ହେବାରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସମ୍ପୃକ୍ତ ଘଟଣା ଜଣାଇଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ହୋଇଥିଲା । ଘଟଣାରେ ଡିଏସଆର ସୂର୍ଯ୍ୟନାରାୟଣ ସାମଲଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡିବା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.