ବାଲୁକା ଶିଳ୍ପୀଙ୍କ ନୂଆ କୀର୍ତ୍ତି, ପେନ୍‌ସିଲ୍ ମୁନରେ ତିଆରି କଲେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମାନଚିତ୍ର

Published By : Prameya-News7 Bureau | August 14, 2023 IST

ବ୍ରହ୍ମପୁର ୧୪/୦୮: ଚର୍ଚ୍ଚାରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା । ସ୍ୱାଧୀନତା ଦିବସ ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିର୍ମାଣ କରିଛନ୍ତି ବିଶ୍ଵର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର । ଏହାର ଉଚ୍ଚତା ୨ MM ପେନ୍‌ସିଲ୍ ମୁନରେ ଏହାକୁ ତିଆରି କରିଛନ୍ତି ।

ପୂର୍ବରୁ ୧ MMରୁ କମ୍ ତ୍ରିରଙ୍ଗା ତିଆରି କରିଥଲେ । ଏହା ସହ ୭୫ଟି କ୍ଷୁଦ୍ରତମ ପ୍ରର୍ଯ୍ୟଟନ ସ୍ଥଳୀ ପରିବେଶକୁ ସଫା ସୁତୁରା ରଖିବା ନିମନ୍ତେ ତିଆରି କରିଥିଲେ । ଏବେ ଏଭଳି କ୍ଷୁଦ୍ରତମ ମାନଚିତ୍ର ପ୍ରସ୍ତୁତ କରି ବେଶ ଖୁସି ଲାଗିଥିବା କହିଛନ୍ତି ସତ୍ୟ ।

wp:html /wp:html

ସୂଚନା ଥାଉକି, ବାଲୁକା ଶିଳ୍ପୀ ପୂର୍ବରୁ ଅନେକ କ୍ଷୁଦ୍ର କ୍ଷୁଦ୍ର ଜିନିଷ କରି ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣିଥରେ ପେନ୍‌ସିଲ୍ ମୁନରେ ତ୍ରିରଙ୍ଗା କରି ପାଲଟିଛନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.