ଆଠଗଡ଼: ନରସିଂହପୁର କମଳାଡିହ ମୁଖ୍ୟ ରାସ୍ତାର ଚକାମୁଣ୍ଡା ନିକଟରେ ଓଲଟିଲା ସ୍କୁଲ ଭ୍ୟାନ । ସ୍କୁଲ ଭ୍ୟାନଟି ଜିଲିଣ୍ଡାର ଏକ ଘରୋଇ ସ୍କୁଲର ପିଲାମାନଙ୍କୁ ଆଣି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଭ୍ୟାନରେ ପ୍ରାୟ ୨୦ରୁ ୨୫ ସ୍କୁଲ ପିଲା ବସିଥିଲେ।
ତେବେ ଏଥିରେ କୌଣସି ଜୀବନ ହାନି ହୋଇନଥିଲେ ବି, ଅଳ୍ପକେ ବର୍ତ୍ତିଯାଇଛନ୍ତି ପିଲାମାନେ। ଅବଶ୍ୟ ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଯୋଡୁମ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ କାହାର କିଛି ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।