କଟକ ଯୋବ୍ରା ଆନିକଟ ବ୍ରିଜ ଉପରେ ସିରିଜ ଦୁର୍ଘଟଣା, ୪ ଗୁରୁତର ଏସସିବି ସ୍ଥାନାନ୍ତର

Published By : Prameya-News7 Bureau | September 16, 2024 IST

କଟକ: କଟକ ଯୋବ୍ରା ଆନିକଟ ବ୍ରିଜ ଉପରେ ସିରିଜ ଦୁର୍ଘଟଣା। ପିକ୍‌ଅପ୍‌ ଭ୍ୟାନକୁ ପିଟିବା ସହ ଅଟୋକୁ ଧକ୍କା ଦେଲା ସ୍କର୍ପିଓ। ଦୁର୍ଘଟଣା ପରେ ବ୍ରିଜ ବାଡ଼ ଭାଙ୍ଗି ଅଧାରେ ଅଟକି ରହିଲା ସ୍କର୍ପିଓ। ଦୁର୍ଘଟଣାରେ ୪ ଜଣ ଗୁରୁତରଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରେ ପିକ୍‌ଅପ୍‌  ଏବଂ ଗୋଟିଏ ଅଟୋ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓର ଆଗ ଏବଂ ପଛରେ ଭିନ୍ନ ଭିନ୍ନ ନମ୍ବର ରହିଛି। 

ସୂଚନା ଅନୁଯାୟୀ,  ଜୋବ୍ରା ଵ୍ୟାରେଜ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିଲା।ଏହି ସମୟରେ ସ୍କର୍ପିଓ ଗାଡ଼ିକୁ ଅଟକାଇଵା ପାଇଁ ପୋଲିସ ହାତ ମାରିଵା କ୍ଷଣି ହଠାତ ଦ୍ରୁତ ଗତିରେ ଗାଡିଟି ପୋଲିସ ଆଡ଼କୁ ମାଡି ଆସିଥିଲା। ପୋଲିସ ହଟିଯିଵାରୁ ସ୍କର୍ପିଓ ଗାଡି ଖସିଯିବାକୁ ଚେଷ୍ଟା କରିଵା ବେଳେ ପିକ୍‌ଅପ୍‌ ପିଟିବା ସହ ଓଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସ୍କର୍ପିଓ ଚଳାଉଥିବା ଯୁବକ, ସ୍କର୍ପିଓରେ ଥିବା ଜଣେ ଯୁବତୀଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରୁ ବିପୁଳ ମଦ ଜବତ କରିଛି ପୋଲିସ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.