ଭୁବନେଶ୍ବରରେ ସିରିଜ୍‌ ଦୁର୍ଘଟଣା : ଅଟୋ ସହ ୨ଟି କାର୍‌କୁ ପଛରୁ ଧକ୍କା ଦେଲା ଆଉ ଏକ କାର୍‌

Published By : Prameya-News7 Bureau | June 01, 2025 IST

ଭୁବନେଶ୍ବର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ୟୁନିଟ୍‌ ୨ ପେଟ୍ରୋଲ ପମ୍ପ୍ ନିକଟରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଅଟୋ ସହ ୨ଟି କାର୍‌କୁ ପଛରୁ ଧକ୍କା ଦେଲା ଅନ୍ୟ ଏକ କାର୍‌ । ଏକ ସରକାରୀ କ୍ବାର୍ଟର ଗେଟ୍‌ ଭାଙ୍ଗି ଘର ଭିତରକୁ ମାଡ଼ିଗଲା କାର୍‌ । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । କାର୍‌ ଡ୍ରାଇଭର ଅଟକ ଅଛନ୍ତି । କାର୍‌ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ଵର ରାଜମହଲ ଛକ ପାର୍ଶ୍ୱରେ ନିଶାସକ୍ତ ଚାଳକ ଘଟାଇଲେ ସିରିଜ୍ ଦୁର୍ଘଟଣା । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ପରେ ସରକାରୀ କ୍ବାର୍ଟର ଗେଟ୍ ଭାଙ୍ଗି ଘରେ ପଶିଗଲା । ଦ୍ରୁତ ଗତି ଏକ କାର୍ ଆସି ଅଟୋ ସହ ଦୁଇଟି କାର୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଫଳରେ ୩ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ହୋଇଛନ୍ତି । ତୁରନ୍ତ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମଦ୍ୟପ ଗାଡ଼ି ଚାଳକଙ୍କୁ ଅଟକ ରଖିଛି । 

ଏଭଳି ଦୁର୍ଘଟଣା ଫରେ ଅଟୋ ଚାଳକ ମାନେ ଜୋରଦାର ବିରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । 

You Can Read:

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ପ୍ରଶ୍ନବାଚୀ, ବଡ଼ଦେଉଳ ଉପରେ ଉଡିଲା ଡ୍ରୋନ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.