ବିଗିଡିଲା ପପ୍ ଗାୟିକା ଶକିରାଙ୍କ ସ୍ଵାସ୍ଥ୍ୟବସ୍ଥା, ହସ୍ପିଟାଲ୍‌ରେ ଭର୍ତ୍ତି

Published By : Prameya-News7 Bureau | February 17, 2025 IST

ମୁମ୍ଵାଇ ୧୭।୦୨; ହଲିଉଡ୍‌ ଗାୟିକା ଶକିରାଙ୍କ ପ୍ରଶଂସକଙ୍କ ପାଇଁ ବ୍ୟାଡ ନ୍ୟୁଜ୍‌। ପପ୍ ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଯାହା ପରେ ତାଙ୍କୁ ପେରୁର ଏକ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଶକିରାଙ୍କ ଅସୁସ୍ଥତା ଯୋଗୁଁ ତାଙ୍କର କନସର୍ଟ ବାତିଲ ହୋଇଛି। ଶକିରା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ଡାକ୍ତରମାନେ ତାଙ୍କୁ ପରଫର୍ମ କରିବାକୁ ମନା କରିଛନ୍ତି । ସେ ଏହି ଶୋ’ କରିବା ସ୍ଥିତିରେ ନାହାନ୍ତି। ଶକିରା ତାଙ୍କ ଦୁଃଖ ପ୍ରକାଶ କରି କହିଥିଲେ ଯେ ସେ ଖୁବ୍ ଶୀଘ୍ର ଶୋ’ ପାଇଁ ଏକ ନୂଆ ତାରିଖ ଘୋଷଣା କରିବେ।

ଶକିରାଙ୍କ ଶୋ’ ବାତିଲ 

ରବିବାର ଦିନ, ଶକିରା ଇନଷ୍ଟାଗ୍ରାମ ଏବଂ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ସେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପେଟରେ ଗମ୍ଭୀର ସମସ୍ୟା ଥିଲା । ଯେଉଁଥିପାଇଁ ସେ ପରଫର୍ମ କରିପାରୁ ନାହାଁନ୍ତି। ଶକିରା କହିଥିଲେ, 'ମୁଁ ଆଜି ମଞ୍ଚକୁ ଆସିପାରିବି ନାହିଁ ବୋଲି ବହୁତ ଦୁଃଖିତ।' ମୁଁ ବହୁତ ଭାବପ୍ରବଣ ଏବଂ ଉତ୍ସାହିତ ଥିଲି ମୋର ପ୍ରିୟ ପେରୁ ପ୍ରଶଂସକମାନଙ୍କୁ ପୁଣି ଥରେ ଭେଟିବି । 


ପ୍ରଶଂସକମାନେ ସ୍ୱାଗତ କରିଥିଲେ

ଶକିରାଙ୍କ ପେରୁ ଗସ୍ତକୁ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହର ସହିତ ସ୍ୱାଗତ କରିଥିଲେ। ସେ ଶୁକ୍ରବାର ରାତିରେ ପେରୁରେ ପହଞ୍ଚିଥିଲେ ଏବଂ ରବିବାର ଓ ସୋମବାର ଲିମାରେ କାର୍ଯ୍ୟକ୍ରମ କରିବାର ଥିଲା। ପୂର୍ବରୁ ବ୍ରାଜିଲରେ ଦୁଇଟି ଶୋ କରିବା ପରେ, ପେରୁ ତାଙ୍କର ଲାଟିନ୍ ଆମେରିକୀୟ ଗସ୍ତ "ଲାସ୍ ମୁଜେରେସ୍ ୟା ନୋ ଲୋରାନ୍"ର ଦ୍ୱିତୀୟ ରହଣି ଥିଲା। ଶକିରାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପେରୁର ପ୍ରଶଂସକମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ। ଶକିରା ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ଲିମା, ଏତେ ଭାବପ୍ରବଣ ସ୍ୱାଗତ ପାଇଁ ଧନ୍ୟବାଦ!'

ଶକିରା ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା

ତାଙ୍କ ପୋଷ୍ଟରେ, ଶକିରା ଲେଖିଛନ୍ତି, 'ମୋର ଯୋଜନା ହେଉଛି ମୁଁ ସୁସ୍ଥ ହେବା ମାତ୍ରେ ଏହି ଶୋ' ଆୟୋଜନ କରିବି।' ମୋ ଦଳ ଏବଂ ପ୍ରମୋଟରମାନେ ବର୍ତ୍ତମାନ ଏକ ନୂତନ ତାରିଖ ଉପରେ କାମ କରୁଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.