ଇତିହାସ ରଚିଲା ସେୟାର ବଜାର; ସୋମବାର ସେନସେକ୍ସ ୬୫ ହଜାର ପାର୍

Published By : Prameya-News7 Bureau | July 03, 2023 IST

ମୁମ୍ବାଇ: ଆରମ୍ଭରୁ ଉଚ୍ଛୁଳିଲା ସେୟାର ବଜାର । ସୋମବାର ସକାଳୁ ମାର୍କେଟ୍ ଖୋଲିବା ମାତ୍ରେ କାରବାର ରେକର୍ଡ ସ୍ତରକୁ ଯାଇଛି । ସେନସେକ୍ସ ୪୫୩ ଅଙ୍କ ବୃଦ୍ଧି ପାଇଁ ୬୫୧୭୨ ପଏଣ୍ଟରେ ପହଞ୍ଚିଛି । ଆଜି ବଜାର ଖୋଲିବା ମାତ୍ରେ ଇତିହାସ ସୃଷ୍ଟି କରିଥିଲା ସେନସେକ୍ସ । ୬୫,୨୪୦.୫୭ ଅଙ୍କ ସହିତ ଅଲ୍ ଟାଇମ୍ ରେକର୍ଡ ଭାଙ୍ଗିଥିଲା । ସେହିପରି ନିଫ୍ଟ ୧୧୮ ଅଙ୍କ ବୃଦ୍ଧି ପାଇ ୧୯୩୦୭ ପାଏଣ୍ଟ ସହିତ ରେକର୍ଡ ସ୍ତର ପାର୍ କରିଛି ।   

{"id":811843,"sizeSlug":"full","linkDestination":"none"}

ନିଫ୍ଟ ୫୦ରୁ ୨୬ ସେୟାରରେ ସ୍ପିଡ୍ ଦେଖିବାକୁ ମିଳିଛି। ସେହିପରି ୨୪ ସେୟାର ନିମ୍ନଗାମୀ ହୋଇଥିଲା । ଯେଉଁ ସେୟାର ଗୁଡ଼ିକ ଦ୍ରୁତଗତିରେ ବଢ଼ିଚାଲିଥିଲା ସେଗୁଡ଼ିକ ହେଲା, JSWSTEEL, HDFC, HDFCBANK, EICHERMOT, GRASIM ଆଦି ସାମିଲ ରହିଛି । ଅନ୍ୟପଟେ ତଳକୁ ଖସିଥିବା ସେୟାର ଗୁଡ଼ିକ ହେଲା POWERGRID, MARUTI, SUNPHARMA, TECHM, UPL ଆଦି ସାମିଲ ରହିଛି ।

ରିପୋର୍ଟ ମୁତାବକ, ବିଦେଶୀ ପୁଞ୍ଜି ପ୍ରଭାବକୁ କାଏମ ରଖିବା ଓ ବୈଶ୍ବିକ ବଜାରରେ ମଜବୁତ କରିବା ଭିତରେ ଘରୋଇ ବଜାରରେ କାରବାର ରେକର୍ଡ ସ୍ତର ପାର୍ କରିଛି । ଶୁକ୍ରବାର ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସେନସେକ୍ସ ଓ ନିଫ୍ଟ ଉଭୟର ସୂଚକାଙ୍କ ରେକର୍ଡ ସ୍ତରରେ ପହଞ୍ଚି ବନ୍ଦ ହୋଇଥିଲା ।

wp:embed {"url":"https://www.prameyanews7.com/sensex-touched-64-thousand-points-for-the-first-time/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sensex-touched-64-thousand-points-for-the-first-time/
/wp:embed

ସେୟାର ବଜାର ବିଶେଷଜ୍ଞ ମତରେ ବଡ଼ ବଡ଼ କମ୍ପାନୀ ତଥା ଇନଫୋସିସ୍, ଏଚିଡିଏଫସି ବ୍ୟାଙ୍କ ଏବଂ ଏଚଡିଏଫସି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏବଂ ଟିସିଏସରେ ଦ୍ରୁତଗତିରେ କାରବାର ଯୋଗୁଁ ଏହାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ୁଛି । ଫଳରେ ଲଗାତାର ତୃତୀୟ ଦିନରେ ବଜାର ସୂଚକାଙ୍କ ରେକର୍ଡ ସ୍ତରରେ ପହଞ୍ଚି ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.