ଓଡ଼ିଶାରୁ ଆମେରିକା ଯାତ୍ରା: ସାଇବର ସୁରକ୍ଷାର ନେତୃତ୍ୱ ନେଉଛନ୍ତି ଓଡ଼ିଆ ଝିଅ

Published By : Prameya-News7 Bureau | February 10, 2025 IST

News7

ନୂଆଦିଲ୍ଲୀ: ଓଡ଼ିଶାର ଏକ ଛୋଟିଆ ଗାଁର ଝିଅ। କିଛି କରି ଦେଖାଇବାର ସ୍ୱପ୍ନ ତାଙ୍କୁ ବହୁତ ଆଗକୁ ନେଇଥିଲା। ଆଉ ସେ ସଫଳ ବି ହେଲେ। ଓଡ଼ିଶାର ଏକ ଛୋଟ ଗାଁରୁ ଆମେରିକା ଯାତ୍ରା। ଏହା ଯାତ୍ରା ତାଙ୍କ ପାଇଁ ଥିଲା କରି ଦେଖାଇବାର ସାହାସ। ଆମେରିକାର ସିସକୋ ସାଇବର ସୁରକ୍ଷାର ନେତୃତ୍ୱ ନେଉଛନ୍ତି ଓଡ଼ିଆ ଝିଅ ପ୍ରାଚୀ ମହାପାତ୍ର। ସେନା ପରିବାରରେ ତାଙ୍କର ଜନ୍ମ। ହାର୍‌ ମାନିବା ତାଙ୍କ ରକ୍ତରେ ନାହିଁ। । ପ୍ରାଚୀ ଆମେରିକାରେ ସାଇବର ସୁରକ୍ଷାର ନେତୃତ୍ୱ ନେଉଛନ୍ତି। ତାଙ୍କର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ

୨୦୧୩ରେ ଚେନ୍ନାଇର ମାଡ୍ରାସ ଖ୍ରୀଷ୍ଟିୟାନ କଲେଜରୁ କମ୍ପ୍ୟୁଟର ଆପ୍ଲିକେସନରେ ନିଜର ସ୍ନାତକ ହାସଲ କରିଥିଲେ ପ୍ରାଚୀ। ଏହାପରେ ସେ ବେଙ୍ଗାଲୁରୁ ଚାଲି ଯାଇଥିଲେ। ସେଠାରେ ସେ ଆମଜନରେ ଟେକ୍‌ ଆନାଲିଷ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। 

୨୦୧୬ରେ ପ୍ରାଚୀ ଯେତେବେଳେ ସିସକୋରେ ବ୍ୟବସାୟିକ ଆନାଲିଷ୍ଟ ଭାବେ ସାମିଲ ହେଲେ। ସେ ମାତ୍ର ୩ ବର୍ଷ ମଧ୍ୟରେ ପ୍ରୋଜେକ୍ଟ ମ୍ୟାନେଜର ହୋଇଯାଇଥିଲେ। ଏରଲିଙ୍ଗଟନ ସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପ୍ରାଚୀ ବିଜନେସ ଆନାଲିଟିକ୍ସରେ ଏମସି ଆରମ୍ଭ କରିଥିଲେ। ପ୍ରାଚୀ ଏବେ ସିସକୋରେ ସାଇବର ସୁରକ୍ଷା ବିଜନେସ ଲାଇନରେ ପ୍ରଡକ୍ଟ ମ୍ୟାନେଜର। ଆଗାମୀ ୫ ବର୍ଷ ମଧ୍ୟରେ ସେ ସାଇବର ସୁରକ୍ଷା କ୍ଷେତ୍ରରେ ଅଧିକ ‌ଅଭିଜ୍ଞତା ହାସଲ କରିବାର ଯୋଜନା କରିଛନ୍ତି। ସେ ଖୁବ୍‌ ଶୀଘ୍ର ଭାରତ ଫେରିବେ ବୋଲି କହିଛନ୍ତି

ପ୍ରାଚୀ ମଧ୍ୟ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ପାଠପଢ଼ା ପାଇଁ ତାଙ୍କୁ ୪୦ ଲକ୍ଷ ଆବଶ୍ୟକ ପଡ଼ିଥିଲା କିନ୍ତୁ ଖୁସିର କଥା ଏଥିପାଇଁ ୨୦ ଦିନରେ ତାଙ୍କୁ ଲୋନ୍‌ ମିଳିଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଝିଅର ସ୍ୱପ୍ନକୁ ପୂରଣ ପାଇଁ ତାଙ୍କ ବାପା ସବୁ ସମ୍ପତ୍ତି ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଓଡ଼ିଶାର ଗୋଟିଏ ଛୋଟିଆ ଗାଁରୁ ଆମେରିକା ଯାତ୍ରା କରିବା କୌଣସି କାହଣୀ କମ୍‌ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.