ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ପ୍ରି ମାରିଟାଲ ଓ ମେଣ୍ଟାଲ ହେଲଥ କାଉନସେଲିଂ ସେଣ୍ଟର। ରାଜ୍ୟରେ ବଢୁଥିବା ଛାଡପତ୍ର ସଂଖ୍ୟାକୁ କମାଇବା ପାଇଁ ଏହି କାଉନସେଲିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛି ମହିଳା ଓ ଶିଶୁ ବିଭାଗ। ଏହି ସେଣ୍ଟରର ବିବାହ ପୂର୍ବରୁ ଉଭୟ ଯୁବକ ଓ ଯୁବତୀଙ୍କୁ ବିବାହ ବନ୍ଧନରେ କିଭଳି ଖୁସି ରହିପାରିବେ ସେ ନେଇ ବୁଝାଯିବ। ସମଗ୍ର ଦେଶରେ ଏହି ସେଣ୍ଟର ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜାତୀୟ ମହିଳା କମିଶନ।
ଓଡିଶା ପ୍ରଥମେ ଏହାକୁ ଲାଗୁ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହି ସେଣ୍ଟରରେ ମେଣ୍ଟାଲ ହେଲଥ ଉପରେ ଗୁରୁତ୍ୱ ଦିଆଯିବ । ବର୍ତ୍ତମାନ ଦେଶ ଓ ରାଜ୍ୟରେ ଛାଡପତ୍ର ସଂଖ୍ୟା ବଢ଼ୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଏହି ସଂଖ୍ୟା କମାଇବା ପାଇଁ ପ୍ରି ମାରିଟାଲ କାଉନସେଲିଂ ସେଣ୍ଟର କରିବା ସହ ଗ୍ରାମାଞ୍ଚଳରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
ମାର୍ଚ୍ଚ ୮ରୁ ଦେଶ ସାରା ଏହି ଗ୍ରାମ ସଭା ଆରମ୍ଭ ହେବ ବୋଲି ଜାତୀୟ ମହିଳା ଆୟୋଗ ଅଧକ୍ଷା ୩୨ତମ ରାଜ୍ୟ ମହିଳା ଆୟୋଗ ପ୍ରତିଷ୍ଠା ଦିବସ ଅବସରେ କହିଛନ୍ତି।