‘ଆମେ ବହୁତ ଭଲ ଲୋକ, ଅତିଥି ସମ୍ମାନରେ ହେଳା ହେବ ନାହିଁ; ଭାରତୀୟ ଟିମ୍ ପାକିସ୍ତାନ ଆସିଲେ ବନ୍ଧୁତା ବଢ଼ିବ’

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ: ଚାମ୍ପିଅନ୍ ଟ୍ରଫି ୨୦୨୫ ଖେଳିବାକୁ ଟିମ୍ ଇଣ୍ଡିଆକୁ ନିମନ୍ତ୍ରଣ କଲେ ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଖେଳାଳି ସୋଏବ୍ ମଲ୍ଲିକ୍ । ସେ ଏକ ଟିଭି କାର୍ଯ୍ୟକ୍ରମରେ କହିଛନ୍ତି, ଏଠିକାର ଲୋକ ବହୁତ ଭଲ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଭାରତକୁ କ୍ରିକେଟ୍ ଖେଳିବାକୁ ଡାକୁଛି ମାନେ ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଢ଼ିବ । ଭାରତୀୟ ଦଳ ଚାମ୍ପିଅନ ଟ୍ରଫି ଖେଳିବାକୁ ନିହାତି ଆସିବା ଦରକାର । 

ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚ ମଧ୍ୟରେ ଚାମ୍ପିଅନ୍ ଟ୍ରଫି ୨୦୨୫ ଖେଳାଯିବ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାକୁ ଆୟୋଜନ କରୁଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଟିମ୍ ଇଣ୍ଡିଆକୁ ଛାଡ଼ି ପ୍ରାୟ ସମସ୍ତ ଦେଶ ଚାମ୍ପିଅନ୍ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବେ । ହେଲେ ଭାରତତୁ ନେଇ ଟେନସନରେ ରହିଛି ପାକିସ୍ତାନ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ ମନାଇବାକୁ ଲାଗିପଡ଼ିଛନ୍ତି ପିସିବିର ବହୁ ବରିଷ୍ଠ ଖେଳାଳି । ଏହାରି ଭିତରେ ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକ୍ ଏକ ଟିଭି ସାକ୍ଷାତକାରରେ କହିଛନ୍ତି, ଭାରତୀୟ ଦଳ ଚାମ୍ପିଅନ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିବା ଦରକାର । କାରଣ ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଢ଼ିବ । 

ଏହାଛଡ଼ା ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ବିବାଦ ରହିଛି, ଏହାକୁ ଖେଳ ଠାରୁ ଅଲଗା ରଖିବା ଦରକାର । ଦିନିକିଆ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ଟିମ୍ ଭାରତ ଯାଇଥିଲା । ତେଣୁ ଟିମ୍ ଇଣ୍ଡିଆ ଚାମ୍ପିଅନ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିବା ଜରୁରୀ । ଅନ୍ୟପଟେ ଇଣ୍ଡିଆନ୍ ଟିମରେ ବହୁ ଖେଳାଳି ଅଛନ୍ତି, ଯେଉଁମାନେ ପାକିସ୍ତାନରେ କ୍ରିକେଟ୍ ଖେଳି ନାହାନ୍ତି । ସେମାନଙ୍କୁ ଚାମ୍ପିଅନ ଟ୍ରଫି ଏକ ମୋଉକା । ଅତିଥୀ ସମ୍ମାନରେ ପାକିସ୍ତନ କୌଣସି ପ୍ରକାର ହେଳା କରିବା ନାହିଁ ବୋଲି ସୋଏବ୍ ମଲ୍ଲିକ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.