ନୂଆଦିଲ୍ଲୀ: ଆମେରିକୀୟ କଣ୍ଠଶୀଳ୍ପି ମେରି ମିଲବେନ ଭାରତର ରାଷ୍ଟ୍ରୀୟ ସଙ୍ଗୀତ ଗାନ ଜନ ଗଣ ମନ ଗାନ କରିଛନ୍ତି । ଏହାପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚରଣ ସ୍ପର୍ଶ କରିଥିଲେ । ସେହି ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିଥିଲେ । କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଆମେରିକାର କଣ୍ଠଶୀଳ୍ପି ମେରି ମିଲବେନ ଜାତୀୟ ସଙ୍ଗୀତ ଗାନ କରିଥିଲେ । ସଙ୍ଗୀନ ଗାନ ଶେଷ ହେବା ପରେ ଆମେରିକୀୟ କଣ୍ଠଶୀଳ୍ପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଆସିଥିଲେ ଏବଂ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।
wp:html/wp:htmlAmerican singer Mary Milliben, after singing India’s national anthem, touches Prime Minister Modi’s feet… Earlier Prime Minister of PNG, in a moving gesture, had bowed down in reverence. The world respects PM Modi’s powerful spiritual aura and rootedness in Indian values and… pic.twitter.com/qoA7ALLA3U
— Amit Malviya (@amitmalviya) June 24, 2023
ମେରି ମିଲବେନ ପାଦ ଛଇଁବା ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ବେଶ ଚର୍ଚ୍ଚା ସାଉଁଠୁଛି । ପ୍ରଧାନମନ୍ତ୍ରୀ ମୋଦୀ ଆମେରିକୀୟ କଣ୍ଠଶୀଳ୍ପିଙ୍କୁ ଅଟକାଇଥିଲେ ଏବଂ ହାତ ମିଶାଇ ତାଙ୍କ ସହ କଥା ହୋଇଥିଲେ । ଭିଡିଓରେ ମେରି ମିଲବେନ ହାତ ଯୋଡି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳୁଛି ।
ଏହା ପ୍ରଥମ ଥର ନଥିଲା ଯେତେବେଳେ ମେରି ମିଲବେନ ଭାରତବାସୀଙ୍କୁ ନିଜ ଗୀତରେ ମନ୍ତ୍ରମୁଗ୍ଧ କରାଇଥିଲେ । ଏହା ପୂର୍ବରୁ ମେରି ମିଲବେନ ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତରେ ମଧ୍ୟ ତାଙ୍କର ଅଧିକ ଫୋଲୋଅର୍ସ ଅଛନ୍ତି । ଏହା ପୂର୍ବରୁ ସେ ଭଗବାନ ଶିବଙ୍କ ଆଳତୀ ଓମ ଜୟ ଜଗଦୀଶ ହରେ ଗାନ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।
Also Read: ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଆମେରିକା ଯାତ୍ରା ଶେଷ; ଇଜିପ୍ଟ ଗସ୍ତରେ ନରେନ୍ଦ୍ର ମୋଦି