‘Singham Again’ରେ କିଏ ସବୁଠୁ ମହଙ୍ଗା ଷ୍ଟାର ? ଦୀପିକା ନା ରଣବୀର ଜାଣନ୍ତୁ କାହାକୁ ମିଳିଛି ଅଧିକ ଫି’

Published By : Prameya-News7 Bureau | October 08, 2024 IST

ମୁମ୍ଵାଇ ୦୮।୧୦: ଦୀପାବଳୀରେ ଧମାଲ କରିବ ‘ସିଙ୍ଘମ୍ ଅଗେନ’। ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି । ସବୁଠି ଏବେ ‘ସିଙ୍ଘମ୍ ଅଗେନ’କୁ ନେଇ ଚର୍ଚ୍ଚା। ଏହି ଟ୍ରେଲର ଦେଖିବା ପରେ ଅଜୟ ଦେବଗନଙ୍କୁ ପୁଣି ଥରେ ‘ସିଙ୍ଘମ୍’ ଭାବରେ ଦେଖିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି । ଗୋଟିଏ ଚଳଚ୍ଚିତ୍ରରେ ଅନେକ ତାରକାଙ୍କ ଝଲକ ଦେଖିବାକୁ ମିଳିବ । ଟ୍ରେଲରରେ ସମସ୍ତଙ୍କର ଡାଏଲଗ୍‌, ଲୁକ୍ ଏବଂ ଅଭିନୟକୁ ପ୍ରଶଂସା କରାଯାଉଛି । ଏହା ସହିତ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଷ୍ଟାର କେତେ ଫି ଆଦାୟ କରିଛନ୍ତି?

ସିଙ୍ଘମ୍ ପାଇଁ କେତେ କୋଟି ନେଇଛନ୍ତି ଅଜୟ ଦେବଗନ୍?

ଏହି ଚଳଚ୍ଚିତ୍ରର ସବୁଠାରୁ ମହଙ୍ଗା ତାରକା କିଏ ଏବଂ ରୋହିତ ଶେଟ୍ଟୀଙ୍କ ଏହି ଚଳଚ୍ଚିତ୍ର କରିବା ପାଇଁ ସେ କେତେ କୋଟି ଟଙ୍କା ଆଦାୟ କରିଛନ୍ତି? ସର୍ବପ୍ରଥମେ, ଆସନ୍ତୁ ଆପଣଙ୍କୁ ଫିଲ୍ମର ମୁଖ୍ୟ ଅଭିନେତା ଅଜୟ ଦେବଗାନଙ୍କ ଫି’ ବିଷୟରେ କହିବା ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଅଜୟ ସିଙ୍ଘମ୍‌ ପାଇଁ ୩୫ କୋଟି ଟଙ୍କା ଆଦାୟ କରିଛନ୍ତି। ସେ ହେଉଛନ୍ତି ଫିଲ୍ମର ସବୁଠାରୁ ଦାମୀ ଅଭିନେତା ।

କରୀନା, ଟାଇଗର ଏବଂ ଅର୍ଜୁନ କପୁର କେତେ ଫି’ ନେଇଥିଲେ?

ଏହି ଫିଲ୍ମରେ ସିଙ୍ଘମଙ୍କ ପତ୍ନୀ ଅବନୀ କାମତାଙ୍କ ଭୂମିକାରେ କରୀନା କପୁର ନଜର ଆସିବେ। ଏହି ଚଳଚ୍ଚିତ୍ରରେ କରୀନାଙ୍କର ଦମ୍‌ଦାର ଡାଏଲଗ୍‌ ଅଛି। ପୁରା ଫିଲ୍ମ କରୀନା କପୁରଙ୍କ ଚରିତ୍ର ଉପରେ ଆଧାରିତ । ଏଭଳି ପରିସ୍ଥିତିରେ କରୀନା ଏହି ଚଳଚ୍ଚିତ୍ର କରିବା ପାଇଁ ୧୦ କୋଟି ଟଙ୍କା ନେଇଛନ୍ତି। ବର୍ତ୍ତମାନ ଫିଲ୍ମର ଭିଲେନ୍ ବିଷୟରେ କହିବାକୁ ଗଲେ ଅର୍ଜୁନ କପୁର, ୬ କୋଟି ଟଙ୍କା ନେଇଛନନ୍ତି । ଏ ଟାଇଗର ଶ୍ରଫ କେବଳ ୩ କୋଟି ଟଙ୍କାରେ ଏସିପି ସତ୍ୟ ହେବାକୁ ରାଜି ହୋଇଥିଲେ।

ଦୀପିକା ଏବଂ ରଣବୀରଙ୍କ ମଧ୍ୟରେ କିଏ ଅଧିକ ପରିମାଣ ଚାର୍ଜ କରିଛନ୍ତି?

ଏହି ସମୟରେ ଫିଲ୍ମରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ମଧ୍ୟ ଅଛନ୍ତି। ବର୍ତ୍ତମାନ ଏହି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରୁ କିଏ ଅଧିକ ଫି ଆଦାୟ କରିଛନ୍ତି? ତାହା ମଧ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦୀପିକା ଲେଡି ସିଙ୍ଘମ୍ ଅର୍ଥାତ୍ ଶକ୍ତି ଶେଟ୍ଟୀ ପାଇଁ ୬କୋଟି ଟଙ୍କା ନେଇଥିବାବେଳେ ସିମ୍ବା ଅର୍ଥାତ୍ ରଣବୀର ସିଂ ୧୦ କୋଟି ଟଙ୍କା ଫିଲ୍ମ ନେଇଛନ୍ତି। ରଣବୀର ସିଂ ଏହି ଚଳଚ୍ଚିତ୍ରରେ ଦୀପିକାଙ୍କ ଠାରୁ ଅଧିକ ଫି ନେଇଛନ୍ତି । ସବୁଠାରୁ ବଡ କଥା ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅକ୍ଷୟ ୨୦ କୋଟି ଟଙ୍କା ଆଦାୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.