ନୂଆଦିଲ୍ଲୀ ୦୪।୦୬: ଗ୍ରୀଷ୍ମଋତୁ ଆରମ୍ଭ ହେବା ମାନେ ଆସିଯାଇଥାଏ ଆମ୍ବ । ଆଉ ଆମ୍ବ ପ୍ରେମୀଙ୍କ ଯୋଗୁଁ ବଢିବାକୁ ଲାଗିଥାଏ ଆମ୍ବର ଚାହିଦା । ଆମ୍ବର ଅନେକ ଭେରାଇଟ୍ ଯେପରିକି ମାଲଦା, ଦୁସେହେରୀ, ଟୋଟାପାରି, ହାପୁସ୍, ସିନ୍ଧୁରା ଇତ୍ୟାଦି ଅନେକ ପ୍ରକାରର ରହିଛି । ସାଧାରଣତଃ ଆପଣ ସମସ୍ତେ ଏସବୁର ସ୍ବାଦ ଚାଖିଥିବେ କିନ୍ତୁ ଆପଣ କେବେ ଧଳା ଆମ୍ବ ଖାଇଛନ୍ତି କି ? ହଁ ଧଳା ଆମ୍ବ ... ଧଳା ଆମ୍ବ ବାଣୀ ନାମରେ ଜଣାଶୁଣା । ଯାହା ବାଲିରେ ମିଳିଥାଏ । ତଥାପି ଧିରେ ଧିରେ ଏହି ଫଳର ଲୋକପ୍ରିୟତା ବଢୁଛି । ଏହାର ବିଶେଷତ୍ୱ ହେଉଛି ଏହା କେବଳ ସ୍ୱାଦରେ ଭଲ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଆସନ୍ତୁ ଜାଣିବା ଏହାର ଉପକାରିତା ଉପରେ…
{"id":797903,"width":842,"height":846,"sizeSlug":"full","linkDestination":"none"}୧.କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କାକୁ ହ୍ରାସ କରିଥାଏ ଧଳା । କାରଣ ଧଳା ଆମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଟେ । ଯାହା ଆପଣଙ୍କୁ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
{"id":797904,"width":838,"height":629,"sizeSlug":"full","linkDestination":"none"}୨. ଧଳା ଆମ୍ବରେ ଭିଟାମିନ୍ ସି ଭରପୂର ରହିଛି । ଯାହା ଅନେକ ଶାରୀରିକ କାର୍ଯ୍ୟରେ ସାହାଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଧଳା ଆମ୍ବ ସୁସ୍ଥ ଚର୍ମ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।
{"id":797905,"width":838,"height":1117,"sizeSlug":"full","linkDestination":"none"}୩. କୁହାଯାଏ ଯେ ଯଦି ହଜମ ପ୍ରକ୍ରିୟା ସଠିକ୍ ହୁଏ, ତେବେ ଅନେକ ରୋଗକୁ ଏଡାଇ ଦିଆଯାଇପାରେ । ଧଳା ଆମ୍ବ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବୃଦ୍ଧି ପାଇଥାଏ । ଏଥିରେ ଥିବା ଫାଇବର ହଜମ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଧଳା ଆମ୍ବ ଏକ ଉପଯୁକ୍ତ ସମାଧାନ ଅଟେ ।
{"id":797906,"width":838,"height":629,"sizeSlug":"full","linkDestination":"none"}୪. ଧଳା ଆମ୍ବରେ ବିଟା କାରୋଟିନ୍ ମିଳିଥାଏ । ଯାହାକୁ ପ୍ରୋ ଭିଟାମିନ୍ ଏ ମଧ୍ୟ କୁହାଯାଏ । ଏହା ଆଖିର ପାଇଁ ବେଶ୍ ଲାଭଦାୟକ । ବିଟା କାରୋଟିନ ଅନ୍ଧାରକଣା ସମସ୍ୟାରୁ ରକ୍ଷା କରିପାରେ ।
{"id":797907,"width":845,"height":475,"sizeSlug":"full","linkDestination":"none"}୫. ଧଳା ଆମ୍ବରେ ଥିବା ବିଟା କାରୋଟିନ୍ ଅଷ୍ଟିଓଆର୍ଥ୍ରାଇଟିସ୍ ପ୍ରକ୍ରିୟାକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ ।
{"id":797908,"width":840,"height":630,"sizeSlug":"full","linkDestination":"none"}୬. ଧଳା ଆମ୍ବ ଫୁସଫୁସ କ୍ଷମତାକୁ ବଢାଇଥାଏ । ଯାହା ବ୍ରୋଙ୍କାଇଟିସ୍ ଏବଂ ଆଜମା ଭଳି ଶ୍ବାସକ୍ରିୟା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
You Can Read:
wp:embed {"url":"https://www.prameyanews7.com/health-news-curry-leaves-benefits-for-health/","type":"wp-embed","providerNameSlug":"prameya-news-7"} /wp:embed