ମାଙ୍ଗାଲୁରୁ: କର୍ଣ୍ଣଟକର ମାଙ୍ଗାଲୁରୁରେ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କୁ ହତ୍ୟା ଅଭିଯୋଗ । ଗୁରୁବାର ବଜରଙ୍ଗ କର୍ମୀ ସୁଭାଷ ସେଟ୍ଟୀଙ୍କୁ ହତ୍ୟା କରାଯାଇଛି । ଏହାକୁ ନେଇ ପୂରା ସହରରେ ଏବେ ଉତ୍ତେଜନା ସ୍ଥିତି । ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ୁଥିବାରୁ ମାଙ୍ଗାଲୁରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବିଭିନ୍ନ ଛକ ମାନଙ୍କରେ ଚେକ୍ ପୋଷ୍ଟ କରି ଚେକିଂ ବ୍ଲକିଂ ଜୋକଦାର କରାଯାଉଛି । ଅନ୍ୟପଟେ ଏହି ମାମଲାକୁ ନେଇ ବାଜପେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ । ଅଭିଯୋଗ ଆଧାରରେ ଏକାଧିକ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି । ଏହାଛଡ଼ା ପୋଲିସ ଏହି ମାମଲାରେ ଅନ୍ୟ ଏକ ଦିଗକୁ ନେଇ ଯାଞ୍ଚ ବଢ଼ାଇ ଦେଇଛି । ସୁଭାଷ ସେଟ୍ଟୀଙ୍କ ହତ୍ୟା ପୂର୍ବ ଶତ୍ରୁତାକୁ ନେଇ ହୋଇଛି କି ନାହିଁ ଏହାର ମଧ୍ୟ ଖୋଳତାଡ଼ କରୁଛି ପୋଲିସ । ସେ ସ୍ଥାନୀୟ ଅଞ୍ଚଳରେ ଜଣେ ରାଉଡି ଭାବେ ଜଣାଶୁଣା ଥିଲା । ୨୦୨୨ରେ ଚର୍ଚ୍ଚିତ ଫାଜିଲ୍ ମର୍ଡର କେସ୍ରେ ମୁଖ୍ୟ ଅଭିଯୁକ୍ତ ଥିଲା ।
କେବେ ଓ କେମିତି ହେଲା ହତ୍ୟା:
ଗୁରୁବାର ମାଙ୍ଗାଲୁରୁର କିତ୍ରକାମ୍ବାଲାରେ ସଂଧ୍ୟା ପ୍ରାୟ ୮.୨୭ ମିନିଟରେ ଏହି ହତ୍ୟା ହୋଇଛି । ସୁଭାଷ ଏକ ଗାଡ଼ିରେ ନିଜର ପାଞ୍ଚ ଜଣ ସାଙ୍ଗ ସହିତ ବୁଲିବାକୁ ଯାଉଥିଲେ । ଏହି ସମୟରେ ଏକ ସ୍ବିଫ୍ଟ କାର୍ ଓ ପିକ୍ଅପ୍ ଭ୍ୟାନରେ ୫ରୁ ୬ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ । ସୁଭାଷଙ୍କୁ ଗାଡ଼ିରୁ ଟାଣି ନେଇ ଧାରୁଆ ଅସ୍ତ୍ରରେ ହମଲା କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲଙ୍କୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
#WATCH | Karnataka: Mangaluru Police Commissioner Anupam Agrawal says, "Last night at around 8.30 pm, Suhas Shetty, a rowdy sheeter, who is accused number one in Fazil's murder case, was killed by 5-6 unidentified assailants. We have registered a murder case, and teams are… pic.twitter.com/fpi2QeWEm0
— ANI (@ANI) May 2, 2025
ସିସିଟିଭିରେ କଏଦ ଘଟଣା:
ବଜରଙ୍ଗ କର୍ମୀ ସୁଭାଷଙ୍କୁ ଆକ୍ରମଣ ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ଭାଇରାଲ୍ ଭିଡିଓରେ ଦେଖାଯାଇଛି, ସୁଭାଷ ରାସ୍ତାରେ ପଡ଼ିଯିବା ପରେ ତାଙ୍କ ଉପରେ ଆକ୍ରମଣକାରୀମାନେ ବାରମ୍ବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ଲୋକମାନେ ଏହି ଘଟଣାକୁ କେବଳ ଦେଖୁଥିଲେ । ଏହି ହତ୍ୟା ମାମଲାରେ ବରିଷ୍ଠ ଅଧିକାରୀ ଏଡିଜିପି ଆର. ହିତେନ୍ଦ୍ର କହିଛନ୍ତି, ସହରରେ ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ପୋଲିସ ସମସ୍ତ ବ୍ୟବସ୍ଥା କରିଛି । ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ମଧ୍ୟ ନିବେଦନ କରାଯାଇଛି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଓ ପୋଲିସ ଟିମ୍ ଦୁର୍ବୃତ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବ ।