ସାପ କାମୁଡ଼ାରେ ସାପ ଧରାଳୀଙ୍କ ମୃତ୍ୟୁ, ଥାନା ଅଧିକାରୀଙ୍କୁ ଦେଖାଉଥିଲେ ଖେଳ

Published By : Prameya-News7 Bureau | June 24, 2024 IST

Breaking_1

ସୁବର୍ଣ୍ଣପୁର: ମହଙ୍ଗା ପଡ଼ିଲା ସାପ ସହ ଖେଳ । ଥାନା ଆଗରେ ନାଗ ସାପ କାମୁଡ଼ାରେ ସାପ ଧରାଳୀଙ୍କ ମୃତ୍ୟ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ । 

ସୁଚନା ଅନୁଯାୟୀ, ଚମ୍ପାମାଳ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗ ସାପ ବାହାରିଥିଲା। ଆଉ ଉକ୍ତ ବ୍ୟକ୍ତି ସାପଟିକୁ ଧରିବା ପାଇଁ ମେଣ୍ଡାମାଳ ଗାଁର ଗୌର କୁମ୍ଭାରକୁ ଖବର ଦେଇଥିଲେ । ଗୌର ସେଠାକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଡବାରେ ଧରି କୌଣସି କାମରେ ଥାନାକୁ ଆସିଥିଲେ ।  

ତେବେ ଥାନାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସାମ୍ନାରେ ସାପକୁ ଡବାରୁ ବାହାର କରି ଦେଖାଇଥିଲେ । ଦେଖି ସାରି ପୁଣି ଡବା ଭିତରେ ଭରିବା ସମୟରେ ଗୌରଙ୍କ ହାତକୁ ଚୋଟ ମାରିଥିଲା ବିଷଧର ନାଗସାପ । ଅବଶ୍ୟ ତାଙ୍କୁ ତୁରନ୍ତ ପୋଲିସ ଭ୍ୟାନରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୌରଙ୍କର ମୃତ୍ୟୁ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.