SCB ମେଡିକାଲରେ ପସିଲା ବିରାଟ ସାପ, ଲୋକ ଭୟଭୀତ

Published By : Prameya-News7 Bureau | December 01, 2024 IST

କଟକ ୦୧।୧୨ : କଟକ ଏସ୍‌ସିବି ମେଡିକାଲରେ ସାପ ଆତଙ୍କ । ରବିବାର ସକାଳେ ଏସ୍‌ସିବି ମେଡିକାଲର ପ୍ରସୂତି ବିଭାଗର ପ୍ରତୀକ୍ଷାଳୟରେ ସାପ ଦେଖି ରୋଗୀ ଓ ସଂପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । 

ସାପଟି ପ୍ରତୀକ୍ଷାଳୟ ସିଲିଂ ରେ କିଛି ସମୟ ଵୁଲିଵା ପରେ କେଉଁ ଆଡେ ଚାଲିଯାଇଥିଲା। ଏଭଳି ଜନଗହଳିପୂର୍ଣ୍ଣ ଯାଗାରେ ସାପ ଵୁଲିଵା ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମେଡିକାଲ ପରିସରରେ ସଫେଇ କାମ ସଠିକ୍ ଢଙ୍ଗରେ ହେଉନଥିବାରୁ ବଣ ଵୁଦା ଯୋଗୁଁ ସାପ ରହିଵାର ଆଶଙ୍କା ସୃଷ୍ଟି ହେଉଛି। ଦୈନିକ ପ୍ରତୀକ୍ଷାଳୟରେ ଶତାଧିକ ରୋଗୀଙ୍କ ସମ୍ପର୍କୀୟ ମାନେ ରାତ୍ରୀଯାପନ ମଧ୍ୟ କରିଥାଆନ୍ତି। ତେଣୁ ଏଭଳି ଘଟଣା ପ୍ୟତି ଧ୍ୟାନ ଦେଵା ପାଇଁ ରୋଗୀଙ୍କ ସମ୍ପର୍କୀୟ ମାନେ ଦାଵି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.