କୋଣାର୍କ ୬।୮: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ବଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳ ମଣିଜପୁର ଗ୍ରାମର ୪୪ ବର୍ଷ ବୟସ୍କ ପ୍ରକାଶ ପାତ୍ର ସ୍ତ୍ରୀ ତିଳୋତ୍ତମାଙ୍କ ସହିତ ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମ ସ୍ଥିତ ଶ୍ବଶୁର ଘରକୁ ବୁଲିବାକୁ ଆସିଥିଲେ । ଶ୍ବଶୁର ଘରେ ଦୀର୍ଘ ୧୫ ଦିନ ହେବ ରହିଥିଲେ l ହଠାତ ବିଳମ୍ବିତ ରାତିରେ ସ୍ବାମୀ ଘରେ ନଥିବା ଦେଖି ଝିଅ ତିଳୋତ୍ତମା ବାପା ଲଷ୍ମୀଧରଙ୍କୁ କହିଥିଲେ । ପରେ ପରିବାର ଲୋକେ ଖୋଜାଖୋଜା କରିବା ପରେ ଜ୍ୱାଇଁ ପ୍ରକାଶ ରୋଷେଇ ଘର ଓରାରେ ବେକରେ ରଶି ଲଗାଇ ଝୁଲିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକ ଗ୍ରାମବାସୀଙ୍କୁ ଡାକି ପ୍ରଥମେ ଗୋପ ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ବଲାଙ୍ଗିରରେ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ, ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ