ଭୁବନେଶ୍ବର ୧୨।୧: ମହାକୁମ୍ଭ ପାଇଁ ବ୍ୟାପକ ପ୍ରସ୍ତୁତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଯୋଧ୍ୟା ଏବଂ ପ୍ରୟାଗରାଜକୁ ଗଡ଼ିଲା ସ୍ବତନ୍ତ୍ର ବସ୍ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସ୍ବତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ତେବେ ପୁରୀ ଏବଂ ବ୍ରହ୍ମପୁରରୁ ଅଯୋଧ୍ୟାକୁ ସ୍ବତନ୍ତ୍ର ବସ୍ ସେବା ଆରମ୍ଭ କରାଯାଇଛି ।
ସେହିଭଳି ଭୁବନେଶ୍ବର ଓ ସମ୍ବଲପୁରରୁ ମଧ୍ୟ ପ୍ରୟାଗରାଜକୁ ବସ୍ ଗଡ଼ିଛି । ଅଯୋଧ୍ୟା ସହ ପ୍ରୟାଗରାଜକୁ ମଧ୍ୟ ଯିବେ ଶ୍ରଦ୍ଧାଳୁ । ଏହି ବସ୍ରେ ସମସ୍ତ ପ୍ରକାର ସୁବିଧା ମିଳିବ । ଆଗକୁ ଲୋକଙ୍କ ଚାହିଦା ଦେଖି ବସ୍ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜାନୁଆରୀ ୧୨, ୧୩, ୧୮, ୨୦, ୨୪, ୨୭, ୩୦ ଓ ଫେବ୍ରୁଆରୀ ୨, ୫, ୯, ୧୧, ୧୬, ୧୭, ୨୪, ୨୫ ତାରିଖରେ ୪ଟି ନିର୍ଦ୍ଧାରିତ ସହରରୁ ବସ୍ କୁମ୍ଭମେଳା ଅଭିମୁଖେ ବାହାରିବ । ଯାତ୍ରୀମାନେ www.osrtc.org ୱେବ୍ସାଇଟ୍ କିମ୍ବା ଓଏସ୍ଆର୍ଟିସି ଆପ୍ ଜରିଆରେ ଟିକେଟ୍ ବୁକିଂ କରିପାରିବେ । ନଚେତ୍ ଏସବୁ ବସ୍ଷ୍ଟାଣ୍ଡରେ ଥିବା ଓଏସ୍ଆର୍ଟିସିର ଟିକେଟ୍ କାଉଣ୍ଟରରେ ମଧ୍ୟ ଟିକେଟ୍ କରିହେବ । ଯାତ୍ରୀଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନଂ ୧୮୦୦-୩୪୫- ୧୧୨୨ ଓ ଏକ ହ୍ୱାଟସ୍ଆପ୍ ନଂ ୭୮୪୯୦୦୫୨୨୦୫ ଜାରି କରାଯାଇଛି । ମହିଳା ତୀର୍ଥଯାତ୍ରୀଙ୍କ ପାଇଁ ଟିକେଟ୍ ଦର ୫୦% କମ୍ ରହିବ ବୋଲି ଓଏସ୍ଆର୍ଟିସି ସୂଚାଇଛି ।
You Can Read: