ମୁମ୍ଵାଇ ୧୭।୦୨; ପୁଷ୍ପା ୨; ଦ ରୁଲ୍ର କିସିକ୍ ଗର୍ଲ ଶ୍ରୀଲୀଲା । ସେ ଗୀତରେ ମନଛୁଆଁ ଡ୍ୟାନ୍ସ କରି ସମସ୍ତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୁଷ୍ପା-୨ ରିଲିଜ୍ ପରେ କନ୍ନଡ ତଥା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଲୋକପ୍ରିୟ ନାୟିକା ଏବେ ହିନ୍ଦୀ ଭାଷୀ ଦର୍ଶକଙ୍କୁ ମଧ୍ୟ ଆକୃଷ୍ଟ କରିପାରିଛନ୍ତି । ଏବେ ସେ ବଲିଉଡ୍ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି ।
ଆଶୀକି-୩ ପାଇଁ ତାଙ୍କୁ ସାଇନ କରାଯାଇଥିବା କୁହାଯାଉଛି । ଯଦି ଏକଥା ସତ ହୁଏ ତେବେ ସେ କାର୍ତ୍ତିକ ବିପକ୍ଷରେ ନଜର ଆସିବେ । ପ୍ରଥମେ ଏହି ଫିଲ୍ମରେ କାର୍ତ୍ତିକଙ୍କ ବିପକ୍ଷରେ ତୃପ୍ତି ଡିମ୍ରି ନଜର ଆସିବେ ବୋଲି କୁହାଯାଉଥିଲା । କିନ୍ତୁ ଆନିମଲରେ ତୃପ୍ତିଙ୍କ ବୋଲ୍ଡନେସ୍ ପାଇଁ ସେ ଖୁବ୍ ଚର୍ଚ୍ଚାରେ ଥିବାରୁ ବାଦ ପଡିଥିଲେ।
ପରେ ତୃପ୍ତି ଫିଲ୍ମ ପାଇଁ ଡେଟ୍ ଦେଇ ପାରୁ ନଥିବାରୁ ସେ ବାଦ ପଡିଲେ ବୋଲି ନିର୍ଦ୍ଦେଶକ ଅନୁରାଗ ବସୁ ସଫେଇ ଦେଇଥିଲେ। ଆଶୀକି ୩ ପାଇଁ ଜଣେ ଚୁଲବୁଲି ନାୟିକା ଖୋଜା ଯାଉଥିବା ବେଳେ ଶ୍ରୀଲୀଲାଙ୍କୁ ଏଥିପାଇଁ ଚୟନ କରାଯାଇଛି । ଫିଲ୍ମକୁ ନେଇ ସେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି।