ଧାଡ଼ିରେ ଛିଡ଼ା ହୋଇ ମୋଦୀଙ୍କ ଅଟୋଗ୍ରାଫ୍ ନେଲେ ଆମେରିକା ସାଂସଦ, ସେଲ୍ଫୀ ମଧ୍ୟ ଉଠାଇଲେ

Published By : Prameya-News7 Bureau | June 23, 2023 IST

ନୂଆଦିଲ୍ଲୀ, ୨୩/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାରେ ଭବ୍ୟ ସ୍ବାଗତ କରାଯାଉଛି। ହାଇଟ୍‌ ହାଉସ ଯିବା ପରେ ଗୁରୁବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଥରେ ସଂସଦର ସଦସ୍ୟ ଏବଂ ଭାରତୀୟ ଆମେରିକୀୟ ସମୁଦାୟ ମଧ୍ୟ ଭାଗ ନେଇଛନ୍ତି। ସମସ୍ତେ ପିଏମଙ୍କ ଭାଷଣ ସମୟରେ ଖୁବ୍‌ ତାଳି ବଜାଉଥିବାର ଦେଖାଦେଇଛି। ଆମେରିକା ସାଂସଦମାନେ ପିଏମ ମୋଦୀଙ୍କ ସହ ସେଲ୍ଫୀ ନେଇଛନ୍ତି ଏବଂ ଅଟୋଗ୍ରାଫ୍‌ ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖାଦେଇଛି।

ପ୍ରାୟ ୧ ଘଣ୍ଟା ଧରି ସମ୍ବୋଧନ ସମୟରେ ପିଏମ ମୋଦୀଙ୍କ ଭାଷଣର ଖୁବ୍ ସ୍ବାଗତ କରାଯାଇଛି। ସଦନରେ ପିଏମ ମୋଦୀଙ୍କୁ ୧୨ ଥର ସଂସଦଙ୍କ ତରଫରୁ ଷ୍ଟାଣ୍ଡିଂ ଓଭେସନ ମିଳିଥିଲା। ଯେତେବେଳେକି ୨ ଥର ଏଭଳି ଦେଖିବାକୁ ମିଳିଥିଲା, ଯେତେବେଳେ ଗ୍ୟାଲେରୀରେ ଭାରତୀୟ ଆମେରିକୀୟ ସମୁଦାୟ ଅଲଗା ଭାବରେ ଛିଡ଼ା ହୋଇ ଅଭିନନ୍ଦନ ଜଣାଇଥିଲେ।

ଆଉ ପିଏମ ମୋଦୀଙ୍କ ଲୋକପ୍ରିୟତା ଏକଥାରୁ ଲଗାଯାଇପାରେ ଯେ, ତାଙ୍କର ଭାଷଣ ଶେଷ ହେବା ପରେ ସାଂସଦମାନେ ପିଏମ ମୋଦୀଙ୍କ ଅଟୋଗ୍ରାଫ୍ ନେବାକୁ ଭିଡ଼ ଜମାଇଥିଲେ। ଅନେକ ସାଂସଦ ସେଲ୍ଫୀ ମଧ୍ୟ ଉଠାଇଥିଲେ। ଆଉ ସେମାନେ ପିଏମ ମୋଦୀଙ୍କ ସହ କଥା ହୋଇଥିଲେ ଏବଂ ‘‘ଭାରତ ମାତା କି ଜୟ’ ଏବଂ ‘‘ବନ୍ଦେ ମାତରମ୍‌’’ ନାରା ଲଗାଇଥିଲେ।

ଆହୁରି ପଢ଼ନ୍ତୁ: ‘ଲୋକତନ୍ତ୍ର ଆମ ରକ୍ତରେ ଅଛି’, ଡେମୋକ୍ରାସିକୁ ନେଇ ପ୍ରଶ୍ନର ଉତ୍ତରରେ କହିଲେ ପିଏମ ମୋଦୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.