ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ଗଦର-୨ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି। ଅନ୍ୟପଟେ ସନ୍ନି ଦେଓଲଙ୍କୁ ନେଇ ଆସିଛି ବଡ଼ ଖବର, ଯାହାକୁ ଶୁଣିଲେ ତାରା ସିଂଙ୍କ ପ୍ରଶଂସକ ବିଶ୍ଵାସ କରି ପାରିବେ ନାହିଁ। ସନ୍ନି ଦେଓଲଙ୍କ ବାସଭବନ ଶୀଘ୍ର ନିଲାମ ହେବାକୁ ଯାଉଛି। ମୁମ୍ବାଇର ଜୁହୁ ସ୍ଥିତ ସନିଙ୍କ ବଙ୍ଗଳା ନିଲାମ ହେବା ନେଇ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଛି। ସନ୍ନି ଦେଓଲ ୨୦୧୬ରେ ଏହି ବଙ୍ଗଳାର କାଗଜପତ୍ର ଦେଇ ଲୋନ ନେଇଥିଲେ, ଯାହା ଏବେ ୫୬ କୋଟି ଟଙ୍କା ବକେୟା ରହିଛି। ବ୍ୟାଙ୍କ ଏବେ ବିଜ୍ଞପ୍ତି ଜରିଆରେ ଇ-ଅକ୍ସନ ବିଷୟରେ ଏହାର ସୂଚନା ଦେଇଛି।
wp:heading {"level":4}Also read- ‘ଗଦର-୨’କୁ ପାକିସ୍ତାନରୁ ମିଳୁଛି ବହୁତ ଭଲ ପାଇବା, ଅଭିନେତା କହିଲେ-କେହି କାହାକୁ ଘୃଣା…
/wp:headingସନ୍ନି ଦେଓଲ ୨୦୧୬ରେ ମୁମ୍ବାଇର ଜୁହୁ ଅଞ୍ଚଳରେ ସ୍ଥିତ ନିଜର ସନି ଭିଲାକୁ ବ୍ୟାଙ୍କରେ ବନ୍ଧା ପକାଇ ଲୋନ ନେଇଥିଲେ। ତାଙ୍କ ଉପରେ ଏବେ ମଧ୍ୟ ୫୬ କୋଟି ଟଙ୍କାର ବକେୟା ରହିଛି, ଯାହାକୁ ସେ ପୈଠ କରି ନାହାନ୍ତି। ଏମିତି ସ୍ଥିତିରେ ବ୍ୟାଙ୍କ ତାଙ୍କର ଜୁହୁ ସ୍ଥିତ ବଙ୍ଗଳା ନିଲାମ କରିବାକୁ ଯାଉଛି ଏବଂ ଏ ନେଇ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି। ଏ ସମ୍ପର୍କରେ ଖବରକାଗଜରେ ମଧ୍ୟ ନୋଟିସ୍ ସମ୍ବନ୍ଧିତ ବିଜ୍ଞାପନ ଜାରି କରାଯାଇଛି।
ବ୍ୟାଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୫ ତାରିଖରେ ଅପରାହ୍ନ ୧ଟାରୁ ୩ଟା ଭିତରେ ସନ୍ନିଙ୍କ ଜୁହୁ ବଙ୍ଗଳାର ଇ-ନିଲାମୀ ହେବ। ବ୍ୟାଙ୍କ ନିଲାମ ପାଇଁ ସର୍ବନିମ୍ନ ମୂଲ୍ୟ ପ୍ରାୟ ୫୧ କୋଟି ୪୩ ଲକ୍ଷ ଟଙ୍କା ରଖିଛି। ଖବରକାଗଜରେ ପ୍ରକାଶିତ ନୋଟିସ୍ ଅନୁଯାୟୀ, ସନ୍ନି ଦେଓଲଙ୍କ ଘର ଜୁହୁର ଗାନ୍ଧୀ ଗ୍ରାମ ରୋଡରେ ଅବସ୍ଥିତ। ଲୋନର ଗ୍ୟାରେଣ୍ଟର ଅଛନ୍ତି ବାପା ଧର୍ମେନ୍ଦ୍ର ଓ ଭାଇ ବବି ଦେଓଲ।
wp:heading {"level":4}Also read- ବକ୍ସ ଅଫିସରେ କମାଲ କରୁଛି ‘ଗଦର ୨’, ସୋମବାର ଦମଦାର ବ୍ୟବସାୟ, ବିପଦରେ ଅନେକ ରେକର୍ଡ
/wp:headingସୂଚନାଯୋଗ୍ୟ, ଏହି ବଲିଉଡ ଅଭିନେତା ଫିଲ୍ମ ଘାୟଲର ସିକ୍ଵ୍ୟୁଲ୍ 'ଘାୟଲ: ଓ୍ଵାନ୍ସ ଏଗେନ' ୨୦୧୬ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇ ପାରି ନ ଥିଲା। ସନ୍ନି ଦେଓଲ ଏହି ଫିଲ୍ମର ନିର୍ମାତା ସହିତ ନିର୍ଦ୍ଦେଶକ ଦାୟିତ୍ଵ ମଧ୍ୟ ସମ୍ଭାଳିଥିଲେ। ଏହି ସମୟରେ ଖବର ଶୁଣିବାକୁ ମିଳିଥିଲା ଯେ, ସନ୍ନି ନିଜର ସନ୍ନି ସୁପର ସାଉଣ୍ଡ ଷ୍ଟୁଡ଼ିଓକୁ ବନ୍ଧା ଦେଇଥିଲେ। କିନ୍ତୁ ଏହି ଖବରକୁ ଖଣ୍ଡନ କରିଥିଲେ ତାଙ୍କ ମ୍ୟାନେଜର।