ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ : ରାମଚନ୍ଦ୍ର କାଡ଼ାମ

Published By : Prameya-News7 Bureau | November 12, 2024 IST

ଭୁବନେଶ୍ବର ୧୨।୧୧: ଆମ୍ବଟାକୁଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ସେ କହିଛନ୍ତି, ବରିଷ୍ଠ ବିଧାୟକଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ । ଆଦିବାସୀ ଅଖାଦ୍ୟ ଖାଆନ୍ତି ନାହିଁ । ଅଭାବ ହେଲେ ଅଖାଦ୍ୟ ଖାଇବାକୁ ବାଧ୍ୟ ହୁଏ । ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ । ଅଖାଦ୍ୟ ଖାଇ ଅନାହାର ମୃତ୍ୟୁ ହୋଇଛି । ଏଥିପାଇଁ ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ । ତିନି ମାସ ହେବ ଲୋକଙ୍କ ପାଖରେ ରାସନ ପହଞ୍ଚି ନାହିଁ । ଇ-କେଓ୍ବାଇସି ନାଁରେ ଲୋକଙ୍କୁ ରାସନ ଦିଆଯାଇନାହିଁ । ରାସନ ନ ପହଞ୍ଚିବାରୁ ଲୋକ ଆମ୍ବ ଟାକୁଆ ଖାଉଛନ୍ତି । ଖାଦ୍ୟ ସୁରକ୍ଷା ପାଇଁ ଆଇନ ହୋଇଛି । ଲୋକ ଚାଉଳ ଖାଉନାହାନ୍ତି ବୋଲି କହି ବରିଷ୍ଠ ବିଧାୟକ ଭୁଲ୍ ତଥ୍ୟ ନ ରଖନ୍ତୁ । ତିନି ମାସ ହେବ ରାସନ ପହଞ୍ଚିନି । କିପରି ଲୋକଙ୍କ ପାଖରେ ରାସନ ପହଞ୍ଚିବ ବ୍ୟବସ୍ଥା କରିବା ଆବଶ୍ୟକ । ସରକାର ଏଥିପ୍ରତି ଧ୍ୟାନ ନଦେଲେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ରାମଚନ୍ଦ୍ର କାଡାମ କହିଛନ୍ତି ।

You Can Read:

ଭରତପୁର ଥାନା ବିବାଦ ମାମଲାର ଶୁଣାଣି : ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV ଲଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.