ଖରିଆର ରୋଡ୍ ଏନଏସିରେ ଇଓଙ୍କୁ ଆକ୍ରମଣ, ଅଫିସରେ ଭଙ୍ଗାରୁଜା

Published By : Prameya-News7 Bureau | November 13, 2024 IST

ନୂଆପଡ଼ା: ନୂଆପଡା ଖରିଆର ରୋଡ୍ ଏନଏସିରେ ଇଓଙ୍କୁ ଆକ୍ରମଣ ଉଦ୍ୟମ। ପୂର୍ବରୁ ବିଜେଡି ସରକାର ଥିବା ବେଳେ କିଛି ସମାଜଙ୍କୁ ଫଣ୍ଡ ଦିଆ ଯାଇଥିଲା। ଏହାକୁ ନେଇ ବିବାଦ ଲାଗି ରହିଥିଲା, ଯାହାକୁ ନେଇ ଏନଏସି କାର୍ଯ୍ୟାଳୟ ଭିତରେ ଆଜି ତୁମୁଳକାଣ୍ଡ ଘଟିଛି। 

ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଓ ତାଙ୍କ ସମର୍ଥକ ଖରିଆର ରୋଡ୍‌ରେ ଥିବା NAC କାର୍ଯ୍ୟନିର୍ବାହୀ ଅଧିକାରୀ କମଲାଶନ ରଥଙ୍କ ଅଫିସ୍‌କୁ ଯାଇଥିଲେ। ସେଠାରେ ଇଓ ଙ୍କ ସହ ଆଲୋଚନା କରୁଥିଲେ। ଏହା ଭିତରେ ବିଜେଡିର ସମର୍ଥକ ସେଠାରେ ଥିଲେ। ଆଲୋଚନା ଚାଲିଥିବା ବେଳେ ଠିକ୍‌ ସେତିକି ବେଳେ ଜଣେ ବିଜେଡି କର୍ମୀ ହଠାତ୍‌ ରାଗି ଯାଇଥିଲେ। ଆଉ ଇଓଙ୍କ ଟେବୁଲ୍‌ ଉପରେ ଥିବା କାଗଜପତ୍ରକୁ ଫିଙ୍ଗାଫିଙ୍ଗି କରିଥିଲେ। ତା’ପରେ ଅନ୍ୟ କର୍ମୀମାନେ ମଧ୍ୟ ଅଫିସ୍‌ରେ ଥିବା ଫାଇଲ୍‌ ଓ ଚେୟାର ଫିଙ୍ଗି କରିଥିଲେ। ଏଥିସହ ଗାଳି ଗୁଲଜ କରିଥିବା ଦେଖିବାକୁ ମିଳିଛି। ଆଉ ଏହା ସବୁ ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଘଟିଥିଲା। NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍‌ କେଉଁ କାରଣରୁ ବିଜେଡି କର୍ମୀମାନେ ଗଣ୍ଡଗୋଳ କରିଥିଲେ, ତାହା ଜଣାପଡ଼ି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.