କଟକ: ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ୬ ଯାଏଁ ଚାଲିବ ପରୀକ୍ଷା। ପରୀକ୍ଷା ପ୍ରତ୍ୟେକ ଦିନ ୯ଟାରୁ ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ।
ପ୍ରତ୍ୟେକ ବିଷୟରେ ସମୁଦାୟ ୧୦୦ ମାର୍କର ପରୀକ୍ଷା କରାଯିବ। ୫୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିଥିବା ବେଳେ ଆଉ ୫୦ ମାର୍କ ଅବଜେକ୍ଟିଭ୍ ପାଇଁ ରହିବ।