କାର୍ତ୍ତିକ ପୂର୍ଣ୍ଣମୀରେ ଏଥର ଭାସିବ ଗୋବର ଡଙ୍ଗା

Published By : Prameya-News7 Bureau | November 14, 2024 IST

ଭୁବନେଶ୍ୱର: ଆଉ ଭାସିବନି କାଗଜ କି ସୋଲ ଡଙ୍ଗା । ପରିବେଶ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣମୀରେ ଏଥର ଭାସିବ ଗୋବର ଡଙ୍ଗା । ଓଡ଼ିଶାରେ ପ୍ରଥମ କରି ତିଆରି ହୋଇଛି ଗୋବର ଡଙ୍ଗା । ଚନ୍ଦ୍ରଶେଖରପୁର ପଟିଆ ସ୍ଥିତ କଳିଙ୍ଗ ଯୁବ ସେନା ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ନିଆଯାଇଛି ବଡ଼ ପଦକ୍ଷେପ । ତେବେ ବଡ଼ କଥା ହେଉଛି ଏହି ଗୋବର ଡଙ୍ଗା ମାଗଣାରେ ବଣ୍ଟା ଯାଉଛି। 

ଅନ୍ୟପଟେ କଳିଙ୍ଗ ଗୋ ସେବା ଧାମ ମଧ୍ୟ ଏହି ଡଙ୍ଗା ତିଆରି କରୁଛନ୍ତି । ଏହି ହାତ ତିଆରି  ଗୋବର ଡ଼ଙ୍ଗା ପରିବେଶ ସୁରକ୍ଷା  ଓ ଜଳ ପ୍ରଦୂଷଣକୁ ରୋକିବା ଦିଗରେ ସହାୟକ ହେବ । ପାଖାପାଖି ୮୦୦ରୁ ଅଧିକ ଡଙ୍ଗା ତିଆରି କରାଯାଇଛି ଯାହାର ଦାମ୍‌ ୧୦ ଟଙ୍କା, ୨୦ଟଙ୍କା, ୩୦ଟଙ୍କା ରଖାଯାଇଛି । ଭୁବନେଶ୍ୱରର ବିଭିନ୍ନ ଛକରେ ଏହି ଡଙ୍ଗା ବିକ୍ରି କରାଯାଉଛି । ଡଙ୍ଗା ତିଆରି କରିବାକୁ ୪ଦିନ ଲାଗୁଛି । ଏହା ପାଣିରେ ଭାସିଲେ ୪ ଘଣ୍ଟାରେ ମିଳେଇ ଯିବ । 

Also Read- ଚଳିତ ବାଲିଯାତ୍ରାରେ ଓରମାସ୍ ଷ୍ଟଲରେ ହେବ ପିଠା ମହୋତ୍ସବ, ଉପଲବ୍ଧ ହେବ ଦେଶୀ ଏବଂ ବିଦେଶୀ ପିଠା 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.